Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଗ୍ରୁପ-୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଦରକାର ପଡ଼ିବନି: ମୁଖ୍ୟ ଶାସନ ସଚିବ

banner

କଳା

ମୁଖ୍ୟ ଖବର

    ଚର୍ଚ୍ଚାରେ ଦିଶା

    Share on :
    ajab-Image
    Date: Nov 17, 2019    Views: 72

    ସଲମାନ୍ ଖାନଙ୍କ ଅପକମିଂ ମୁଭି ‘ରାଧେ’ରେ ଅଭିନୟ କରୁଥିବାରୁ ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ଦିଶା ପଟନି । ଯଦିଓ ଏହା ପୂର୍ବରୁ ଦିଶା ଫିଲ୍ମ ‘ଭାରତ’ ରେ ମଧ୍ୟ ସଲମାନଙ୍କ ସହିତ ସ୍କି୍ରନ ସେୟାର କରିସାରିଛନ୍ତି । ତଥାପି ଏହି ଫିଲ୍ମରେ ସେ ସଲ୍ଲୁଙ୍କ ନାୟିକା ଭାବେ ଦେଖିବାକୁ ମିଳିବେ । ସେଥିପାଇଁ ଦର୍ଶକଙ୍କ ମନରେ ଉତ୍ସୁକତା ଅଧିକ । ‘ରାଧେ’ରେ ତାଙ୍କୁ ସୁଯୋଗ ମିଳୁଥିବାରୁ ଦିଶାଙ୍କ ଭାଉ ଏବେ କାହିଁରେ କ’ଣ । ହେବ ନାହିଁ ଅବା କାହିଁକି? ଅନେକ ଆଗଧାଡ଼ିର ନାୟିକାଙ୍କୁ ପଛରେ ପକାଇ ସେ ଏହି ସ୍ଥାନ ଅକ୍ତିଆର କରିଛନ୍ତି । ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଥିଲା ବେଳେ ଖବର ମିଳିଛି କି ଗୋଟିଏ ନୃତ୍ୟ ଦୃଶ୍ୟର ସୁଟିଂ ସମୟରେ ଦିଶା ଆହତ ହୋଇଛନ୍ତି । ପ୍ରଭୁଦେବା ଏହି ଫିଲ୍ମର ନିଦେ୍ର୍ଧଶକ ହୋଇଥିବାରୁ ଏଥିରେ ଗୋଟିଏ ଡାନ୍ସ ନମ୍ବର ରହିବା ସ୍ୱାଭାବିକ ଯାହା କି କଷ୍ଟକର ହୋଇଥିବ । ଦିଶା ସେହି ଡାନ୍ସ ନମ୍ବରର ସୁଟିଂ କରୁଥିବା ବେଳେ ଅଚାନକ ପାଦରେ ଆଘାତ ପାଇଲେ । ଏ ବିଷୟରେ ସେ ନିଜ ଇନଷ୍ଟା ଆକାଉଣ୍ଟରେ ମଧ୍ୟ ଶେୟାର କରି ଉଲ୍ଲେଖ କରିଛନ୍ତି ଯେ ପ୍ରଭୁଦେବାଙ୍କ ଡାନ୍ସ ନମ୍ବର ତାଙ୍କୁ ଏହି ଉପହାର ଦେଇଚି । ତଥାପି ତାଙ୍କ ମନରୁ ଜୋଶ କମିନାହିଁ । ଖୁବ୍ ଶୀଘ୍ର ସେ ସୁଟିଂ ଆରମ୍ଭ କରିବେ ବୋଲି ମଧ୍ୟ ଜଣାଇଛନ୍ତି ।

     

    Maximum 500 characters

    କଳା View all

    Find Us on Facebook