Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ହରର୍ ଚଳଚ୍ଚିତ୍ରରେ ଦୀପିକା

    Share on :
    ajab-Image
    Date: Nov 5, 2019    Views: 8

    ରଣବୀର ସିଂଙ୍କ ସହ ବିବାହ ପରେ ଦୀପିକା ପାଦୁକୋନ ନିଜ କ୍ୟାରିୟରକୁ ନେଇ ସଚେତନ ହୋଇଯାଇଛନ୍ତି ବୋଲି ସମୀକ୍ଷକଙ୍କ ମତ । ୨୦୧୮ ରେ ତାଙ୍କ ଅଭିନୀତ ‘ପଦ୍ମାବତ’ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ବିବାଦିତ ଏହି ଚଳଚ୍ଚିତ୍ର କିନ୍ତୁ ବ୍ଲକବଷ୍ଟର ହିଟ ହୋଇଥିଲା । ଏହା ପରେ ଦୀପିକା ଏ ପର୍ଯ୍ୟନ୍ତ ପରଦା ଉପରକୁ ଆସିନାହାନ୍ତି । ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଛପାକ’ ର ସୁଟିଂ ଏବେ ଶେଷ ପର୍ଯ୍ୟାୟରେ ବୋଲି ଶୁଣାଯାଉଛି । ଏ ଭିତରେ ଦୀପିକା ଅନ୍ୟ ଏକ ପ୍ରୋଜେକ୍ଟ ପାଇଁ ସମ୍ମତି ଦେଇଥିବାର ପ୍ରକାଶ । ରୋହିତ ସେଟ୍ଟି ଏଇ ଚଳଚ୍ଚିତ୍ରରେ ନିଦେ୍ର୍ଧଶନା ଦେବେ । ୨୦୦୯ ରେ ମୁକ୍ତିଲାଭ କରିଥିବା ଅରୁନ୍ଧତୀ ତେଲୁଗୁ ଚଳଚ୍ଚିତ୍ରର ଏହା ହିନ୍ଦୀ ରିମେକ । ଅନୁଷ୍କା ସେଟ୍ଟର ସେଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଚଳଚ୍ଚିତ୍ରର ସୁପରହିଟ୍ ହୋଇଥିଲା । ପ୍ରଥମ ଥର ଦୀପିକା ହରର ଚଳଚ୍ଚିତ୍ରରେ କାମ କରିବାକୁ ଯାଉଛନ୍ତି । କିଛି ଦିନ ତଳେ ଏକ ସାକ୍ଷାତକାରରେ ଦୀପିକା କଥା ପ୍ରସଙ୍ଗରେ କହିଥିଲେ, ଖୁବ୍ ଶୀଘ୍ର ସେ ଏକ ଡାର୍କ ରୋମାଣ୍ଟିକ ଚରିତ୍ରରେ ଦେଖାଦେବେ । ସମୀକ୍ଷକଙ୍କ ମତ ଯେ ଦୀପିକା ବୋଧହୁଏ ଏଇ ଚଳଚ୍ଚିତ୍ର ବାବଦରେ ସୁରାକ୍ ଦେଇଥିଲେ ।

    Maximum 500 characters

    କଳା View all

    Find Us on Facebook