Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ଡାଏଟ୍‍ ପ୍ରତି ଦିଅନ୍ତୁ ଧ୍ୟାନ

    Share on :
    ajab-Image
    Date: Dec 22, 2019    Views: 3229

    ଖାଦ୍ୟ ବିଶେଷଜ୍ଞଙ୍କ ମତରେ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ବର୍ଗର ଲୋକ ନିଜ ଡାଏଟ୍‍ ଅନୁସାରେ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକାରୀ । ଜଣେ ମଧ୍ୟମ ବୟସର ଲୋକ ନିମନ୍ତେ ଦୈନିକ ୧୮୦୦ କ୍ୟାଲୋରୀର ଖାଦ୍ୟ ଆବଶ୍ୟକ ହେଉଥିବା ବେଳେ ଓଜନ କମ୍‍ କିମ୍ବା ବୃଦ୍ଧି କରିବାକୁ ଚାହୁଁଥିଲେ ଖାଦ୍ୟ ତାଲିକାକୁ ଧ୍ୟାନର ସହ ପ୍ରସ୍ତୁତ କରନ୍ତୁ ।
    ଡାଏଟ୍‍ ଚାର୍ଟରେ ପନିପରିବା ସହ ଫଳମୂଳ ମଧ୍ୟ ସାମିଲ କରିବା ଜରୁରୀ । ଫଳରେ ଥିବା ପୋଷକତତ୍ତ୍ୱ ଫାଇବର ଆଣ୍ଟିଅକ୍ସିଡାଣ୍ଟସ ଇତ୍ୟାଦି ଆମ ଶରୀରକୁ ଶକ୍ତି ଯୋଗାଉଥିବା ବେଳେ ଫଳ ଖାଇଲେ ପେଟ ଶୀଘ୍ର ଭର୍ତ୍ତି ହୋଇଯାଏ । ଅନ୍ୟ ପାଖେ ଫଳ ଖାଇଲେ ଓଜନ ବଢ଼ିବାର ଭୟ ନଥାଏ । ଫଳରସ ପିଇବାର ଅଭ୍ୟାସ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ ।
    ଖାଦ୍ୟ ନଷ୍ଟ ହେବାର ଭୟରେ ଆପଣ ଜୋରଜବରଦସ୍ତ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ । ଏହା କାରଣରୁ ପେଟ ସମସ୍ୟା ସହ ଓଜନ ବୃଦ୍ଧି ହୋଇଥାଏ । ଘରେ ଥିଲେ ବଳୁଥିବା ଖାଦ୍ୟକୁ ଫ୍ରିଜରେ ରଖି ପରଦିନ ବ୍ୟବହାର କରିପାରିବେ । ରେସ୍ତୋରାଁ ଯାଇଥିଲେ ଖାଦ୍ୟକୁ ପ୍ୟାକ୍‍ କରି ଘରକୁ ଆଣିପାରିବେ ।
    ଭାତ ଖାଇଲେ ଓଜନ ବଢେ଼, ଏଇ ଚିନ୍ତାରୁ ବାହାରି ଆସନ୍ତୁ । ଆପଣ ଆବଶ୍ୟକ ପରିମାଣରେ ପରିଶ୍ରମ କରି ଭାତ, ଡାଲି, ରୁଟି ଖାଇଲେ ଶରୀର କୌଣସି ସମସ୍ୟା ହୋଇନଥାଏ ବୋଲି ବିଶେଷଜ୍ଞଙ୍କ ମତ ।
    ସକାଳ ଜଳଖିଆ ଯେପରି ଶରୀର ପାଇଁ ଖୁବ ଆବଶ୍ୟକ । ଠିକ୍‍ ସେହିପରି ଦ୍ୱିପହର ଓ ରାତି୍ରଭୋଜନ ମଧ୍ୟ ଯଥା ସମୟରେ କରନ୍ତୁ । ବୟସ୍କ ପିଢ଼ି ବିଶେଷ ଧ୍ୟାନରେ ରଖନ୍ତୁ ଯେ ରାତି ୯ ଟା ସୁଦ୍ଧା ରାତି୍ର ଭୋଜନ କରିବା ଉଚିତ । ଅଧିକ ବିଳମ୍ବରେ ଭୋଜନ କଲେ ଖାଦ୍ୟ ଭଲ ହଜମ ହୋଇନଥାଏ । କିମ୍ବା ନିଦ ମଧ୍ୟ ଠିକ୍‍ ଭାବେ ହୋଇନଥାଏ ବୋଲି ବିଭିନ୍ନ ଅନୁଧ୍ୟାନରୁ ପ୍ରମାଣିତ ହୋଇଛି ।
    ଡାଏଟ୍‍ ଚାର୍ଟ ଅନୁସାରେ ଖାଇବା ସହ କଦବା କ୍ୱଚିତ ମାସକୁ ଥରୁଟିଏ ଆପଣ ଫାଷ୍ଟଫୁଡ ଖାଇପାରନ୍ତି ।ନିୟମିତ ଏସବୁ ଖାଇବା କ୍ଷତିକାରକ ।

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook