Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଧୋନିଙ୍କ ସମ୍ପର୍କରେ ଏହା କହିଲେ ଭେଙ୍କେଟେଶ

    Share on :
    ajab-Image
    Date: May 16, 2020    Views: 3109

    ନୂଆଦିଲ୍ଲୀ: ଆଇପିଏଲ-୧୩ ଘୁଞ୍ଚିଯିବା ପରେ ଭେଟେରାନ ମହେନ୍ଦ୍ର ସିଂହ ଧୋନିଙ୍କ ଅନ୍ତର୍ଜାତୀୟ ପ୍ରତ୍ୟାବର୍ତ୍ତନ ଆଶା କ୍ଷୀଣ ହୋଇଯାଇଛି । ପାଖାପାଖି ବର୍ଷେ ହେବ ସେ କି୍ରକେଟରୁ ଦୂରେଇ ରହିଛନ୍ତି । ସେ ଶେଷ ଥର ୨୦୧୯ ବିଶ୍ୱକପରେ ନୁ୍ୟଜିଲାଣ୍ଡ ବିପକ୍ଷ ସେମିଫାଇନାଲ ଖେଳିଥିଲେ । ଏହା ପରଠୁ ତାଙ୍କୁ କି୍ରକେଟ ଆକ୍ସନରେ ଦେଖିବାକୁ ମିଳିନି । ତଥାପି ତାଙ୍କ ପ୍ରତ୍ୟାବର୍ତ୍ତନ ନେଇ ଚର୍ଚ୍ଚା ଜାରି ରହିଛି । ଏଥିରେ ପୂର୍ବତନ ପେସ ବୋଲର ଭେଙ୍କେଟେଶ ପ୍ରସାଦ ନିଜକୁ ସାମିଲ କରିଛନ୍ତି ।
    ସେ କହିଛନ୍ତି, ଧୋନିଙ୍କ ପ୍ରତ୍ୟାବର୍ତ୍ତନ ସହଜ ହେବନି । ତାଙ୍କ ପାଇଁ ପ୍ରତ୍ୟାବର୍ତ୍ତନ ବହୁତ ମୁସ୍କିଲ ହେବ । ସେ ଫିଟ ଥିବେ, କିନ୍ତୁ ବୟସ ବଢ଼ିଯାଇଥିବ । ଏବେ ତାଙ୍କୁ ୩୮ ବର୍ଷ । ତେଣୁ ଟିମ ମ୍ୟାନେଜମେଣ୍ଟ ଧୋନିଙ୍କ ପ୍ରତ୍ୟାବର୍ତ୍ତନ ଉପରେ ନିଷ୍ପତ୍ତି ନେବ । ଯଦି ତାଙ୍କୁ ସୁଯୋଗ ମିଳେ, ତା ହେଲେ ଟିମ୍‍ ମ୍ୟାନେଜମେଣ୍ଟ ବ୍ୟାଟିଂ କ୍ରମ ବଦଳାଇବା ଉଚିତ । ଧୋନିଙ୍କୁ ଫିନିଶର ଭାବେ ନୁହେଁ ବରଂ ୩ ରୁ ୪ ନଂ ସ୍ଥାନରେ ଖେଳାଇବା ଠିକ୍‍ ହେବ । ଯଦି ମ୍ୟାଚ୍‍ରେ ଆଉ ୧୦ ଓଭର ବାକି ଥିବ, ଧୋନିଙ୍କୁ ପୂର୍ବଭଳି ଜଣେ ଫିନିଶର ଭାବେ ପଠାଯାଇପାରିବ । ସେ ଜଣେ ଶ୍ରେଷ୍ଠ ମ୍ୟାଚ୍‍ ଫିନିଶର । ସେ ଜଣେ ଅଭିଜ୍ଞ ଖେଳାଳି ଏବଂ ତାଙ୍କ ପରାମର୍ଶ ଦଳ ପାଇଁ ମୂଲ୍ୟବାନ ରହିଆସିଛି ।’ ସୂଚନା ଯୋଗ୍ୟ, ଧୋନି ଟେଷ୍ଟର ଅବସର ନେବା ପରେ ସୀମିତ ଓଭର କି୍ରକେଟ ଖେଳୁଛନ୍ତି । କିନ୍ତୁ ଗତ ବିଶ୍ୱକପ ପରଠୁ ସେ କି୍ରକେଟ ଦୂରେଇ ରହିଛନ୍ତି ।

    Maximum 500 characters

    ଖେଳ ଖବର View all

    Find Us on Facebook