Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଭାରତୀୟ ପାଇଁ ଏଭଳି କହିଲେ ଧୋନି

    Share on :
    ajab-Image
    Date: May 8, 2020    Views: 4601

    ଚେନ୍ନାଇ: ତାଙ୍କର ଥଣ୍ଡା ମିଜାଜ ପାଇଁ ସାରାଦୁନିଆରେ ଖ୍ୟାତି ଲାଭ କରିଛନ୍ତି ଭାରତୀୟ କି୍ରକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ତଥାପି ଧୋନି କହିଛନ୍ତି ଯେ ସେ ମଧ୍ୟ ବେଳେ ବେଳେ ଚାପର ବଶବର୍ତ୍ତୀ ହୋଇଥାଆନ୍ତି ଏବଂ ତାଙ୍କୁ ମଧ୍ୟ ଭୟ ଲାଗିଥାଏ । ତେଣୁ ସମସ୍ତ ପ୍ରକାର କି୍ରକେଟର ଶାରୀରିକ ଭାବେ ସୁସ୍ଥରହିବା ଯେତିକି ଜରୁରୀ, ସେମାନଙ୍କ ମାନସିକ ସ୍ୱାସ୍ଥ୍ୟାବସ୍ଥା ଠିକ୍‍ ରହିବା ମଧ୍ୟ ସେତିକି ଜରୁରୀ । କିଛି କି୍ରକେଟରଙ୍କଠାରେ ମାନସିକ ଦୁର୍ବଳତା ଥାଏ । ଆମେ ତାକୁ ବେଳେ ବେଳେ ମାନସିକ ଅସୁସ୍ଥତା ବୋଲି କହିଥାଉ । ତେବେ ଭାରତରେ ବହୁତ କ୍ରୀଡ଼ାବିତ ଏହାକୁ ଗ୍ରହଣ କରିନାହାନ୍ତି । ଧୋନି ନିଜ ଉଦାହରଣ ଦେଇ କହିଛନ୍ତି ମୁଁ ବ୍ୟାଟିଂ କରିବାକୁ ଗଲାବେଳେ ପ୍ରଥମ ୫/୧୦ ଟି ବଲର ମୁକାବିଲା କରିବା ବେଳେ ମୋ ହୃଦସ୍ପନ୍ଦନ ଅଧିକ ରହିଥାଏ । ମୁଁ ଚାପ ଅନୁଭବ କରିଥାଏ । ମୋ ମନରେ ମଧ୍ୟ ଭୟ ରହିଥାଏ । କେବଳ ମୁଁ ନୁହେଁ, ସମସ୍ତଙ୍କ ମନରେ ଭୟ ଥାଏ । ଏହାର ମୁକାବିଲା କରିବା ବେଶ ଜରୁରୀ । ଏହା ଏକ ଛୋଟ ସମସ୍ୟା ଏବଂ ବହୁତ ସଂଖ୍ୟକ କି୍ରକେଟରଙ୍କ ପାଖରେ ଦେଖାଯାଏ । ହେଲେ ଆମେ ଏହା ବିଷୟରେ ପ୍ରଶିକ୍ଷକଙ୍କୁ କହିବାକୁ ସଙ୍କୋଚ କରିଥାଉ । ତେଣୁ ଜଣେ ଖେଳାଳି ଓ ପ୍ରଶିକ୍ଷକଙ୍କ ମଧ୍ୟରେ ସମ୍ପର୍କ ଅଧିକ ନିବିଡ ରହିବା ଉଚିତ । ତେଣୁ ସମସ୍ତ ଦଳରେ ଜଣେ ଲେଖାଏ ମାନସିକ ପ୍ରଶିକ୍ଷକ ରହିବା ଜରୁରୀ । ପୁଣି ୧୫ ଦିନ ମାସେ ମାନସିକ ପ୍ରଶିକ୍ଷକ ରହିଲେ କିଛି ଲାଭ ହେବ ନାହିଁ । ସେ ସ୍ଥାୟୀ ଭାବେ ଦଳ ସହ ରହିବା ଉଚିତ । ଫଳରେ ଖେଳାଳୀ ତାଙ୍କ ମାନସିକ ସମସ୍ୟା ତାଙ୍କୁ କହିପାରିବେ ଏବଂ ଉକ୍ତ ପ୍ରଶିକ୍ଷକ ଏହାକୁ ସୁଧାରିବା ଲାଗି ପ୍ରୟାସ କରିପାରିବେ । କିଛି ଦିନ ତଳେ ଭାରତୀୟ କି୍ରକେଟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ଦଳ ପାଇଁ ମାନସିକ ପ୍ରଶିକ୍ଷକଙ୍କ ନିଯୁକ୍ତି ସପକ୍ଷରେ ଯୁକ୍ତି ବାଢ଼ିଥିଲେ ।

    Maximum 500 characters

    ଖେଳ ଖବର View all

    Find Us on Facebook