ଆବଶ୍ୟକ ସାମଗ୍ରୀ-

ବେସନ, ଦହି, ଲୁଣ, ତେଲ, ଭ ..."/> ଆବଶ୍ୟକ ସାମଗ୍ରୀ-

ବେସନ, ଦହି, ଲୁଣ, ତେଲ, ଭ ...">

Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏମିତି କେବେ ଢୋକଲା ପ୍ରସ୍ତୁତ କରି ଖାଆନ୍ତୁ

    Share on :
    ajab-Image
    Date: Feb 21, 2021    Views: 3108

    ଆବଶ୍ୟକ ସାମଗ୍ରୀ-

    ବେସନ, ଦହି, ଲୁଣ, ତେଲ, ଭ୍ରୁସଙ୍ଗ ପତ୍ର, ଧନିଆ ପତ୍ର, ସୋରିଷ, ସୁଜି, ସୋରିଷ, କଂଚା ଲଙ୍କା, ଇନୋ , ଅଦା, ହଳଦୀ ଗୁଣ୍ଡ, ଚିନି ।

    ପ୍ରସ୍ତୁତି ପ୍ରଣାଳୀ-

    ପ୍ରଥମେ ଏକ ପାତ୍ରରେ ବେସନ, ଦହି , ଇନୋ ଓ ସୁଜି ପକାଇ ସେଥିରେ ପାଣି ମିଶାଇ ଭଲଭାବେ ମିକ୍ସ କରିବେ । ଦେଖିବେ ଏହା ଭଲଭାବେ ମିକ୍ସ ହେବାପରେ , ସେଥିରେ କଟା କଂଚା ଲଙ୍କା, ଲୁଣ, ହଳଦୀ ଗୁଣ୍ଡ, ଛୋଟଛୋଟ କଟା ହୋଇଥିବା ଅଦା , ଚିନି ଓ ତେଲ ପକାଇ ପୁଣି ମିକ୍ସ କରିବେ । ଏହାପରେ ଗ୍ୟାସ୍‌ରେ କୁକର୍ ବସେଇ ପାଣି ଢାଳି, ତା ଭିତରେ ଏକ ଷ୍ଟାଣ୍ଡ ବସେଇ କୁକର୍‌ର କଭରକୁ ଉପରେ ରଖି ପାଣିକୁ ଫୁଟିବାକୁ କିଛି ସମୟ ଛାଡିଦେବେ । ଏହାପରେ ଆଉ ଏକ ସିଲ୍‌ଭର୍ ପାତ୍ରରେ ପ୍ରସ୍ତୁତ କରି ରଖିଥିବା ମିଶ୍ରଣକୁ ସେଥିରେ ଢାଳିବେ । ଏହାପରେ କୁକର୍‌ର କଭର୍ ଖୋଲି ଷ୍ଟାଣ୍ଡ ଉପରେ ଏହି ପାତ୍ରକୁ ବସେଇ କୁକର୍‌ର କଭର୍ ଲଗାଇବେ । କିନ୍ତୁ ମନେ ରଖିବେ କୁକର୍‌ର କଭର ଲଗାଇବା ପରେ , ଉପରେ ଲାଗିଥିବା ସିଟିକୁ କାଢି ବାହାରେ ରଖିବେ । ଏହାପରେ କିଛି ସମୟ ଏହାକୁ ବସେଇ ସିଝିବାକୁ ଛାଡିଦେବେ । କିଛି ସମୟ ପରେ ଦେଖିବେ ଏହା ସିଝିଯିବା ପରେ ଗ୍ୟାସ୍ ବନ୍ଦ କରିବେ । ଏହାକୁ ସେ ପାତ୍ରରୁ କାଢି ଆଉ ଏକ ପାତ୍ରରେ ରଖିବେ । ତାପରେ ପୁଣି ଗ୍ୟାସ୍‌ରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ସୋରିଷ, କଟା କଂଚା ଲଙ୍କା, ଭ୍ରୁସଙ୍ଗ ପତ୍ର ପକାଇ ଫୁଟାଇବେ । ଏହା ଫୁଟିଯିବା ପରେ, ସେଥିରେ ଅଳ୍ପ ପାଣି ଢାଳି ଫୁଟିବାକୁ ଛାଡିବେ । ଏହାପରେ ସେଥିରେ କଟା ଧନିଆ ପତ୍ର ପକାଇ ଆଉ ଅଳ୍ପ ସମୟ ଫୁଟିବାକୁ ଛାଡିବେ । ଏହାପରେ ପ୍ଲେଟରେ ରଖିଥିବା ଢୋକ୍‌ଲାକୁ ଛୁରୀ ସାହାଯ୍ୟରେ ମଝିରୁ ଲାଇନ୍ କରି କାଟିବେ । ଏହାପରେ ଗ୍ୟାସ୍ ବନ୍ଦ କରି ଏହି ମସଲାକୁ ନେଇ ଢୋକ୍‌ଲା ଉପରେ ଚାରିଆଡେ ଢାଳିବେ । ପ୍ରସ୍ତୁତ ହୋଇଗଲା ଢୋକ୍‌ଲା । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।

    Maximum 500 characters

    ବିଶେଷ View all

    Find Us on Facebook