Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କାଳେ ମୋଦୀ ଫାଇଦେ ନେଇଯିବେ......ସେଥିପାଇଁ ବିଳମ୍ବ

    Share on :
    ajab-Image
    Date: Jan 2, 2021    Views: 4953

    ଭୁବନେଶ୍ୱର: ଓବିସି ସଂରକ୍ଷଣ ଲାଗୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାର ଓବିସି ସଂରକ୍ଷଣ ଲାଗୁ ନେଇ କାହିଁକି ବିଳମ୍ବ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।  ସେ କହିଛନ୍ତି ଯେ, ରାଜ୍ୟର ଏସଇବିସି ଲିଷ୍ଟ ଅଛି,  ତାହାକୁ କାର୍ଯ୍ୟକାରୀ କରାଯିବା ଦରକାର ।  ଏହା ସାମ୍ବିଧାନିକ ଅଧିକାର ।  ତେବେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ ।  ତେବେ କାଳେ ପ୍ରଧାନମନ୍ତ୍ରୀ ମୋଦୀ ଫାଇଦା ନେଇଯିବେ ତାକୁ ଦୃଷ୍ଟିରେ ରଖି ଏଭଳି ବିଳମ୍ବ କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି ।

    ଅନ୍ୟପକ୍ଷରେ ଶନିବାର ଓଏସସିବିସି ଅଧ୍ୟକ୍ଷ ଏବଂ ୩ ସଦସ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି ।  ଦାୟିତ୍ୱ ଗ୍ରହଣ ପରେ ଓଏସସିବିସି ଅଧ୍ୟକ୍ଷ ଜଷ୍ଟିସ ରଘୁନାଥ ବିଶ୍ୱାଳ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ,  କୌଣସି ଜାତି ଯଦି ହକଦାର ଥିବେ,  ସେମାନେ ସାମିଲ ନଥିଲେ ବି ସେମାନଙ୍କୁ ସାମିଲ କରାଯିବ ।  ଏବେ ସାମିଲ ଥିବା କୌଣସି ଜାତି ଉନ୍ନତି କରିଥିଲେ କାଟି ଦିଆଯିବ ।  ଆର୍ଥିକ ଓ ସାମାଜିକସ୍ତରରେ ସ୍ୱଚ୍ଛଳ ଥିଲେ କାଟି ଦିଆଯିବ ।  ସର୍ବେକ୍ଷଣ ପରେ ଡାଟା ପ୍ରସ୍ତୁତ କରାଯାଇ ସରକାରଙ୍କୁ ଦିଆଯିବ ବୋଲି   ଓଏସସିବିସି ଅଧ୍ୟକ୍ଷ ଜଷ୍ଟିସ ରଘୁନାଥ ବିଶ୍ୱାଳ କହିଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook