Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓଡ଼ିଶାକୁ ମିଳିଛି ୨୨,୨୬୭.୬୬ କୋଟି ଟଙ୍କା : ଧର୍ମେନ୍ଦ୍ର

    Share on :
    ajab-Image
    Date: Oct 16, 2020    Views: 7630

    ଭୁବନେଶ୍ଵର : କୋଭିଡ ସମୟରେ କେନ୍ଦ୍ର ସରକାର ଓଡ଼ିଶାକୁ ବ୍ୟାପକ ଆର୍ଥିକ ସହାୟତା ପ୍ୟାକେଜ ଯୋଗାଇ ଦେଇଛନ୍ତି। ଓଡ଼ିଶାକୁ ମୋଟ୍  ୨୨,୨୬୭.୬୬ କୋଟି ଟଙ୍କାର ସହାୟତା ପ୍ୟାକେଜ ପ୍ରଦାନ କରାଯାଇଛି ବୋଲି କେନ୍ଦ୍ର ତୈଳ ଓ ପ୍ରକୃତିକ ବାସ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

    ରାଜ୍ୟର ପ୍ରାୟ ୩.୧୭ କୋଟି ହିତାଧିକାରୀଙ୍କୁ ୫ କି.ଗ୍ରା ଲେଖାଏଁ ଚାଉଳ ଯୋଗାଇ ଦିଆଯାଇଛି। ଯାହାର ମୂଲ୍ୟ ପ୍ରାୟ ୨୨୫୫ କୋଟି ଟଙ୍କା ହେବ।  ଶୁକ୍ରବାର ଭୁବନେଶ୍ଵରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ  ଏହି ସୂଚନା ଦେଇଛନ୍ତି।

    ରାଜ୍ୟର ୯୨.୫୮ଲକ୍ଷ ହିତାଧୀକାରୀଙ୍କୁ ୪୪ ହଜାର ୨୩୦ ଟନ ଡାଲି ଯୋଗାଇ ଦିଆଯାଇଛି। ଜନ ଧନ ଖାତା ଥିବା ୮୫.୨୦ଲକ୍ଷ ହିତାଧୀକାରୀଙ୍କୁ  ୧୨୫୮.୦୨ କୋଟି ଟଙ୍କାର ସହାୟତା ଦିଆଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook