Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

କଟକ: ମର୍କତନଗର ଥାନା କାଠଯୋଡ଼ି ବିହାର ବସ୍ତିରେ ଦୁଷ୍ଟାମୀ ପାଇଁ ୬ ବର୍ଷର ଝିଅକୁ ଚେଙ୍କ ଦେଲା ମା’

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କଲେ ଧର୍ମେନ୍ଦ୍ର

    Share on :
    ajab-Image
    Date: May 22, 2020    Views: 3484

    ଭୁବନେଶ୍ୱର : ପେଟ୍ରୋଲିୟମ୍ ତଥା ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଦେଶରେ ଚାଲୁଥିବା ୬ଟି ପ୍ରମୁଖ ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପ ଗୁଡ଼ିକର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା କରିଛନ୍ତି । ଏଥିରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ପ୍ରକଳ୍ପ ଗୁଡ଼ିକ ହେଲା ଗେଲ ପ୍ରାକୃତିକ ପାଇପଲାଇନ ପ୍ରକଳ୍ପ, ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଅଧୀନରେ ଜଗଦିଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପ୍ରକଳ୍ପ କର୍ଣ୍ଣାଟକ ଏବଂ ତାମିଲନାଡୁ ପ୍ରାକୃତିକ ଗ୍ୟାସ ଯୋଗାଣ ପ୍ରକଳ୍ପ, ଦକ୍ଷିଣ ଭାରତରେ ଆଇଓସିଏଲର ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପ, ଇନ୍ଦ୍ରଧନୁଷ ଗ୍ୟାସ ଗ୍ରୀଡ଼ ପ୍ରକଳ୍ପ ଅଧୀନରେ ଚାଲୁଥିବା ଉତ୍ତର ପୂର୍ବ ଗ୍ୟାସ ଗ୍ରୀଡ଼ ପାଇପ ଲାଇନ ପ୍ରକଳ୍ପ ଏବଂ ଆଇଓସିଏଲର ଏନ୍ନୋର-ବାଙ୍ଗାଲୋର-ମଦୁରାଇ-ଚୁଟିକୋରିନ ପ୍ରମୁଖ ଗ୍ୟାସ ପାଇପଲାଇନ ପ୍ରକଳ୍ପ ।
    ଆତ୍ମଭାରତ ଅଭିଯାନର ଅଂଶ ଭାବେ ପରିଗଣିତ ଗେଲ ପ୍ରାକୃତିକ ପାଇପଲାଇନ ପ୍ରକଳ୍ପରେ ଭଗେଲ ୧ ହଜାର କୋଟି ଟଙ୍କାରୁ ଅଧିକ ଲାଇନ ପାଇପ ଟେଣ୍ଡର ପ୍ରକି୍ରୟା କରଣ କରୁଛି । ୨୦୨୦ ସେପ୍ଟେମ୍ବର ସୁଦ୍ଧା ପ୍ରାୟ ୧ ଲକ୍ଷ ଇସ୍ପାତ କିଣିବା ତଥା ଘରୋଇ ବିଡରଙ୍କ ଠାରୁ ୮୦୦ କିଲୋମିଟର ପାଇପ ଯୋଗାଣ ପାଇଁ ଏହି ଟେଣ୍ଡର ପ୍ରକି୍ରୟା କରାଯାଉଥିବା ଶ୍ରୀ ପ୍ରଧାନ କହିଛନ୍ତି । ଏହାର ପରିମାଣ ଚଳିତ ଆର୍ଥିକ ବର୍ଷ ସୁଦ୍ଧା ଦୁଇଗୁଣିତ ହେବ ବୋଲି ଆଶା କରାଯାଉଛି । ସେହିପରି ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଅଧୀନରେ ଜଗଦିଶପୁର-ହଳଦିଆ ଏବଂ ବୋକାରୋ ଧାମରା ପ୍ରକଳ୍ପ କାମ ପୁଣି ଆରମ୍ଭ ହୋଇଛି । ପୂର୍ବ ଭାରତକୁ ସଂଯୋଗ କରୁଥିବା ଏହି ପାଇପଲାଇନ ଦେଶର ଗ୍ୟାସ ଅର୍ଥନୀତିକୁ ଗତି ଦେବ । ଆଇଓସିଏଲ ଦକ୍ଷିଣ ଭାରତ ଅଞ୍ଚଳରେ ୬ ହଜାର ୨୫ କୋଟି ଟଙ୍କା ବ୍ୟୟରେ ୧୪୫୦ କିମି ଲମ୍ବ ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛି । ଭାରତରେ ଏହି ପ୍ରକଳ୍ପ ଆତ୍ମଭାରତ ଅଭିଯାନର ୨ ହଜାର ୬୦ କୋଟିର ଆନୁମାନିକ ୧.୬୫ ଲକ୍ଷ ମେଟି୍ରକ ଟନ୍ ଇସ୍ପାତ ଉପôାଦନ କରିବାର ସମ୍ଭାବନା ରଖିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook