Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଧର୍ମେନ୍ଦ୍ର ଓ ଶାହାରୁଖଙ୍କ ସମ୍ପର୍କରେ ଖାସ କଥା ଜାଣନ୍ତୁ

    Share on :
    ajab-Image
    Date: Jun 26, 2020    Views: 2619

    ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ କ୍ୟାରିୟରକୁ ଗୁରୁବାର ୨୮ ବର୍ଷ ପୂରିଛି । ୧୯୯୨ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଦିୱାନା’ ଜରିଆରେ ଶାହାରୁଖ ବଲିଉଡରେ ଏଣ୍ଟି୍ର କରିଥିଲେ । ଏହା ପୂର୍ବରୁ ଫିଲ୍ମରେ ସ୍ଥାନ ପାଇବା ପାଇଁ ଶାହାରୁଖଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା । ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କୁ ଶାହାରୁଖ ବେଶ ପସନ୍ଦ ଆସିଥିଲେ । ଧର୍ମେନ୍ଦ୍ର ହିଁ ଦିୱାନା ଫିଲ୍ମରେ ଶାହାରୁଖଙ୍କୁ ମୁଖ୍ୟ ଭୂମିକା ଦେବାକୁ ଫିଲ୍ମ ନିର୍ମାତାକୁ ସୁପାରିସ କରିଥିଲେ । ଯାହା ଦ୍ୱାରା ଶାହାରୁଖ ବଲିଉଡରେ ଏଣ୍ଟି୍ର ମିଳିଥିଲା । ଏହି ଫିଲ୍ମ ସୁପରହିଟ ହେବା ପରେ ଶାହାରୁଖଙ୍କୁ ଅନେକ ଫିଲ୍ମ ଅଫର ମିଳିଥିଲା । ଫିଲ୍ମ ନିର୍ମାତା ସେତେବେଳେ ଦିୱାନା ଫିଲ୍ମ ପାଇଁ ସନି ଦେଓଲଙ୍କୁ ଚୟନ କରିଥିଲେ । କିନ୍ତୁ ଧର୍ମେନ୍ଦ୍ରଙ୍କ ସୁପାରିସ ଯୋଗୁ ହିଁ ସେମାନେ ମତ ବଦଳାଇଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଶାହାରୁଖ ନିଜର ପ୍ରଥମ ଫିଲ୍ମ ଦେଖି ନଥିବା ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ସେ ନିଜ କ୍ୟାରିୟରର ଶେଷ ଫିଲ୍ମ  ମଧ୍ୟ ଦେଖିବେ ନାହିଁ ବୋଲି କହିଛନ୍ତି ।

    Maximum 500 characters

    ବିଶେଷ View all

    Find Us on Facebook