Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଧର୍ମେନ୍ଦ୍ରଙ୍କୁ ନବୀନ କହିଲେ, ‘ତମେ କେବେ ବିନ୍ଦୁସାଗର ଯାଇଛ କି ?’

    Share on :
    ajab-Image
    Date: Jan 9, 2021    Views: 5419

    ଭୁବନେଶ୍ୱର : ତମେ କେବେ ବିନ୍ଦୁସାଗର ଯାଇଛ କି ? ନୂଆ ନୂଆ ବିଧାୟକ ଥିବାବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏମିତି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ଏକଥା କହିଛନ୍ତି ଧର୍ମେନ୍ଦ୍ର  । 

    ଧର୍ମେନ୍ଦ୍ର କହିଲେଯେ, ଓଡ଼ିଶା ଓ ଭାରତ ସରକାରଙ୍କ ମିଳିତ ଉଦ୍ୟମରେ ବିକାଶ ପ୍ରକଳ୍ପ ଆରମ୍ଭ ହୋଇଛି  । ଆଇଓସିଏଲକୁ ଗୁଣ୍ଡୁଚିମୂଷାର ସୌଭାଗ୍ୟ ମିଳିଛି  । ଓଡ଼ିଶାର ଗୌରବ ବୃଦ୍ଧି ପାଇଁ ଆମେ ଏମିତି କରୁଛୁ  । ହଜାର ବର୍ଷ ପୂର୍ବେ ଏହି ଲିଙ୍ଗରାଜ ମନ୍ଦିର ଭଳି କୀର୍ତି ସ୍ଥାପନ କରିଥିଲେ  । 

    ସେ କହିଲେଯେ, ଇନଟାକ କ’ଣ ମୁଁ ଜାଣିନଥିଲି  । ମୁଖ୍ୟମନ୍ତ୍ରୀ କହିଲେ, ଧର୍ମେନ୍ଦ୍ର ତୁମେ ବିନ୍ଦୁସାଗର କେବେ ଯାଇଛ କି ? ଲିଙ୍ଗରାଜ ମନ୍ଦିର ଦର୍ଶନ ବେଳେ ମୁଁ ବିନ୍ଦୁସାଗର ଯାଇଥିଲି ବୋଲି କହିଥିଲି  । ମୁଖ୍ୟମନ୍ତ୍ରୀ କହିଲେ ମୁଁ ଇନଟାକ ସହ କଥା ହୋଇଛି  । ଏକ ଉଦ୍ୟାନ ପାଇଁ କଥା ହୋଇଛି  । ତୁମେ ଟିକେ ଦେଖିକି ଆସ  । ଇନଟାକକୁ ପୁନରୁଦ୍ଧାର ପାଇଁ କାର୍ଯ୍ୟ ମିଳିଥିଲା  । ଏବେ ସମସ୍ତଙ୍କ ପ୍ରଚେଷ୍ଟାରେ ଏହା ବଡ଼ ହେବା ଆରମ୍ଭ ହୋଇଛି ।

    ଏହି ଅବକାଶରେ ଧର୍ମେନ୍ଦ୍ର କହିଥିଲେଯେ, ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗରର ବିକାଶ ପାଇଁ ଆମେ ସଂକଳ୍ପବଦ୍ଧ  । ରାଜ୍ୟ ଓ କେନ୍ଦ୍ର ମିଶି ଏହାକୁ ଆକର୍ଷଣୀୟ କରିବେ  । ଲିଙ୍ଗରାଜ ମନ୍ଦିରର ବିକାଶ କଥା ଚିନ୍ତା କରିବା ବେଳେ ସୁର ରାଉତରାୟ ଓ ସମୀର ମହାନ୍ତିଙ୍କୁ ବି ମନେ ପକାଇବାକୁ ପଡ଼ିବ  । ନହେଲେ ଭୁଲ ହୋଇଯିବ  । ସେହିପରି ଅପରାଜିତା ଦିଲ୍ଲୀରେ ବିଜେପିରେ ଯୋଗଦେଇ ଭୁବନେଶ୍ୱର ଫେରିବା ପରେ ବିନ୍ଦୁ ସାଗରର ପାଣିକୁ ଧରି ଏହାକୁ ସ୍ୱଚ୍ଛ କରିବା ପାଇଁ ସଂକଳ୍ପ ନେଇଥିଲେ  । 

    ମହାପ୍ରଭୂ ଜଗନ୍ନାଥ ଦର୍ଶନ ସହ ଲିଙ୍ଗରାଜଙ୍କ ଦର୍ଶନ କରାଯାଇଥାଏ । ମନ୍ଦିର ଖୋଲିସାରିଛି  । ଟୀକାକରଣକୁ ନେଇ ପ୍ରଧାନମନ୍ତ୍ରୀ ଆମ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ବୋଲି ସେ କହିଥିଲେ  ।

     

    Maximum 500 characters

    ରାଜନୀତି View all

    Find Us on Facebook