Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସାଂସଦଙ୍କ ଘର ଆଗରେ ଶ୍ରମିକଙ୍କ ଅନଶନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

    Share on :
    ajab-Image
    Date: Apr 4, 2021    Views: 4713

    ପାଟଣାଗଡ଼: ବଲାଙ୍ଗୀର ସାଂସଦ ସଙ୍ଗୀତ କୁମାରୀ ସିଂହଦେଓଙ୍କ ପାଟଣାଗଡ଼ସ୍ଥିତ ବାସଭବନ ତଥା ରାଜଖମାର ସମ୍ମୁଖରେ କିଛି ଶ୍ରମିକ ଓ ଠିକାଦାର ବକେୟା ଟଙ୍କା ପ୍ରଦାନ ଦାବିରେ ଅନଶନ ଧାରଣାରେ ବସିବା ଚର୍ଚ୍ଚାର ବିଷୟ ହୋଇଛି ।ସେମାନେ ଅଭିଯୋଗ କରିଛନ୍ତି ଯେ ସାଂସଦ ଶ୍ରୀମତୀ ସିଂହଦେଓ ଓ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଭୁବନେଶ୍ୱର ରାଜଭବନ ନିକଟସ୍ଥ ବାସଭବନରେ ସେମାନେ ବିଭିନ୍ନ କାର୍ଯ୍ୟ କରିଥିଲେ । ସେହି କାର୍ଯ୍ୟ ବାବଦକୁ ୧୫ ଲକ୍ଷରୁ ଅଧିକ ଟଙ୍କା ସେମାନେ ପାଇବାର ଅଛି । କିନ୍ତୁ ଏହି ବକେୟା ଟଙ୍କା ନ ଦେଇ ସିଂହଦେଓ ଦମ୍ପତି କେବଳ ଦିନ ଗଡ଼ାଇ ଚାଲିବା ସହ ସେମାନଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଛନ୍ତି । ତେଣୁ ଟଙ୍କା ନ ମିଳିବା ପର୍ଯ୍ୟନ୍ତ ସେମାନେ ଏଠାରେ ଅନଶନରେ ବସିବେ ବୋଲି କାମ କରିଥିବା ଠିକାଦାର ଓ ଶ୍ରମିକ କହିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook