Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଧନତେରସରେ ୩୦ ଟନ୍ ସୁନା ବିକି୍ର

    Share on :
    ajab-Image
    Date: Oct 27, 2019    Views: 19

    ମୁମ୍ବାଇ: ଚଳିତ ବର୍ଷ ଧନ୍ତେରସରେ ଦେଶରେ ୩୦ ଟନ୍ ସୁନା ବିକି୍ର ହୋଇଛି । ଇଣ୍ଡିଆନ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ର ଜାତୀୟ ସମ୍ପାଦକ ସୁରେନ୍ଦ୍ର ମେହେର ଏହି ସୂଚନା ଦେଇଛନ୍ତି । ଗତ କିଛି ବର୍ଷ ହେଲା ଧନତେରସରେ ପ୍ରାୟ ୪୦ ଟନ୍ ସୁନା ବିକି୍ର ହୋଇଥିଲା । କିନ୍ତୁ ଚଳିତ ବର୍ଷ ସୁନା ମୂଲ୍ୟ ଅଧିକ ରହିବା ସହିତ ବଜାରରେ ନଗଦ ଅର୍ଥର ଅଭାବ ଥିବା ଯୋଗୁଁ ସୁନା ବିକି୍ର ପରିମାଣ ୨୦ ଟନ୍ ରହିବ ବୋଲି ଆଶା ରହିଥିଲା । ତେବେ ଗତବର୍ଷ ତୁଳନାରେ ସୁନା ବିକି୍ରର ପ୍ରାୟ ୨୫ ପ୍ରତିଶତ ହ୍ରାସ ଘଟିଛି । ମୂଲ୍ୟ ଅଧିକ କାରଣରୁ ଦେଶରେ ସୁନା ଚାହିଦା କମ୍ ଥିଲା । ତେଣୁ ବିକି୍ର ଏତେ ପରିମାଣରେ ହେବା ନେଇ ଆମେ ଆଶା କରିନଥିଲୁ ବୋଲି ସେ କହିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଏହି ଧାତୁର ମୂଲ୍ୟ ଅଧିକ ରହିଛି । ଏଥିସହିତ ସରକାର ଆମଦାନୀ ଶୁଳ୍କ ୧୦% ରୁ ୧୨.୫% କୁ ବୃଦ୍ଧି କରିଥିବାରୁ ସୁନା ଦର ଅଧିକ ରହିଛି ।

    Maximum 500 characters

    ଅର୍ଥନୀତି View all

    Find Us on Facebook