ମୁଖ୍ୟ ଖବର
ଭୁବନେଶ୍ୱର: ନକ୍ସଲ ମୁକାବିଲା ପାଇଁ ଆମେ ପ୍ରତିବଦ୍ଧ ବୋଲି ଡିଜିପି ଅଭୟ କହିଛନ୍ତି । ଛତିଶଗଡ଼ ସୁକମାରେ ୨୨ ଯବାନ ସହିଦ ଘଟଣାକୁ ନେଇ ସମବେଦନା ଜଣାଇବା ସହ ଡିଜିପି ଅଭୟ ଏହା କହିଛନ୍ତି । ସେ କହିଛନ୍ତି ଯେ, ସମସ୍ତେ ମିଶି ନକ୍ସଲଙ୍କ ମୁକାବିଲା କରିବୁ । ନକ୍ସଲଙ୍କ ମୁକାବିଲା କରିବାକୁ ପ୍ରତିବଦ୍ଧ । ଓଡ଼ିଶା ଓ ଛତିଶଗଡ଼ ପୁଲିସ ଏବଂ ସିଆରପିଏଫ ମିଶି ମୁକାବିଲା କରିବୁ ବୋଲି ଡିଜିପି ଅଭୟ କହିଛନ୍ତି । ଏଥିସହ ଓଡ଼ିଶାରେ ମାଓବାଦୀଙ୍କ ସଂଖ୍ୟା ଓ ପ୍ରଭାବ କମିଛି ବୋଲି ଅଭୟ କହିଛନ୍ତି ।
ପ୍ରକାଶ ଯେ, ଛତିଶଗଡ଼ ସୁକମାରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗତକାଲି ସଂଗଠିତ ଗୁଳିବିନିମୟ ଘଟଣାରେ ଆଜି ଏକ ବଡ଼ ଖବର ସାମନାକୁ ଆସିଛି । ଗୁଳିବିନିମୟରେ ମୋଟ ୨୨ ଜଣ ଯବାନ ସହିଦ ହୋଇଥିବା ଜଣାଯାଇଛି । ୨୨ ଯବାନ ସହିଦ ନେଇ ବିଜାପୁର ଏସପି ସୂଚନା ଦେଇଛନ୍ତି । ସୂଚନା ମୁତାବକ, ବିଜାପୁର ତେରମ ଥାନା ଜୋନାଗୁଡା ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାମୁହିଁ ହୋଇଥିଲେ । ଆଉ ଏହି ଘଟଣାରେ ୨୨ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଥିବା ବେଳେ ୩୦ଜଣ ଯବାନ ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଗତକାଲିର ନକ୍ସଲଙ୍କ ଆମ୍ବୁସ ପରଠାରୁ କିଛି ଯବାନ ନିଖୋଜ ରହିଛନ୍ତି । ସେମାନଙ୍କ ୁଠାବ କରିବାକୁ ବିଜାପୁରରେ ବଡ ଧରଣର ସର୍ଚ ଅପରେସନ୍ ଆରମ୍ଭ ହୋଇଛି । ଛତିଶଗଡରେ ନକ୍ସଲ ବିରୋଧି ଅଭିଯାନ ପାଇଁ ଗତକାଲି ବିଜାପୁର ଏବଂ ସୁକମା ଜିଲ୍ଲାର କେନ୍ଦିୀୟ ପୁଲିସ ବଳ, କୋବ୍ରା ବାଟାଲିଆନ, ଡ଼ିଆରଜି ଏବଂ ଏସଟିଏଫର ମିଳିତ ଟିମ୍ ଚଢଉ କରିଥିଲେ । ଏହି ସମୟରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରସ୍ଥିତି ସୃଷ୍ଟି ହେବା ସହ ଗୁଳି ବିନିମୟ ହୋଇଥିଲା । ଶେଷ ଖବର ସୁଦ୍ଧା ୨୨ ଯବାନ ସହିଦ ହୋଇଥିବା ସୂଚନା ମିଳିଛି ।
Comments ସମସ୍ତ ମତାମତ