Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

IPL

ମୁଖ୍ୟ ଖବର

    କିଏ ହେଲେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଜାଣନ୍ତୁ

    Share on :
    ajab-Image
    Date: Mar 31, 2021    Views: 3180

    ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ ଦଳର ଅଧିନାୟକ ଘୋଷିତ ହୋଇଛନ୍ତି ଭାରତୀୟ କି୍ରକେଟ ଦଳର ଯୁବ ଓ ପ୍ରତିଭାବାନ ୱିକେଟ ରକ୍ଷକ ଋଷଭ ପନ୍ତ । ୨୩ ବର୍ଷୀୟ ପନ୍ତ ପ୍ରଥମ ଥର ପାଇଁ କୌଣସି ଆଇପିଏଲ ଦଳର ନେତୃତ୍ୱ ନେବେ । ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ଅବସରରେ ନିୟମିତ ଅଧିନାୟକ ଶ୍ରେୟସ ଆୟର ଆହତ ହୋଇ ଆଇପିଏଲରୁ ବାଦ ପଡ଼ିବା ପରେ ତାଙ୍କ ସ୍ଥାନରେ ପନ୍ତଙ୍କୁ ଏହି ଗୁରୁଦାୟିତ୍ୱ ମିଳିଛି । ଶ୍ରେୟସ ଗତ ଦୁଇ ବର୍ଷ ହେବ ଦିଲ୍ଲୀକୁ ସଫଳତାର ନୂଆ ସ୍ତରରେ ପହଞ୍ଚାଇଥିଲେ । ପନ୍ତ ମଧ୍ୟ ସେହି ସଫଳତାକୁ ଦୋହରାଇବେ ବୋଲି ଦଳର ମୁଖ୍ୟ ପ୍ରଶିକ୍ଷକ ତଥା ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଅଧିନାୟକ ରିକି ପଣ୍ଟିଂ ଦୃଢ଼ ଆଶା ପୋଷଣ କରିଛନ୍ତି ।

    Maximum 500 characters

    Find Us on Facebook