Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପ୍ରଣବ ଦାସ ପ୍ରସଙ୍ଗ : ବିରୋଧୀଙ୍କୁ ଭର୍ତ୍ସନା କଲେ ବାଙ୍କୀ ବିଧାୟକ

    Share on :
    ajab-Image
    Date: Jun 29, 2020    Views: 2737

    ଭୁବନେଶ୍ୱର : ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିକଟରେ ମୟୁରଭଞ୍ଜ ଗସ୍ତ କରିଥିଲେ ! ବାରିପଦା ଗସ୍ତ କାଳରେ ଶ୍ରୀ ଦାଶ ସହିଦ ନୁନ୍ଦୁରାମ ସୋରେନଙ୍କ ପରିବାର ବର୍ଗଙ୍କୁ ଭେଟିଥିଲେ ! ସେଦିନ ଶ୍ରୀ ଦାସଙ୍କର ଜନ୍ମଦିନ ଥିଲେ ବି ସେ ନିରାଡ଼ମ୍ବର ସହକାରେ ପାଳନ କରିଥିଲେ ! ତେବେ ଏହାକୁ ନେଇ ବିରୋଧୀ ଯେଉଁଭଳି ଅଭିଯୋଗ କରୁଛନ୍ତି ତାହାକୁ ନିନ୍ଦା କରିଛନ୍ତି ବାଙ୍କୀ ବିଧାୟକ ତଥା ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ! ସେ କହିଛନ୍ତିଯେ, ଗତକାଲି ବାରିପଦା ଗସ୍ତ କରି ପ୍ରଣବ ପ୍ରକାଶ ଦାସ ନିଜ ଜନ୍ମଦିନକୁ ନିରାଡ଼ମ୍ବର ସହକାରେ ପାଳନ କରିଥିଲେ ! ସହିଦ ନୁନ୍ଦୁରାମ ସୋରେନଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ତାଙ୍କ ପିଲାଙ୍କର ପଢା ଖର୍ଚ୍ଚ ବିଜୁ ଜନତା ଦଳ ବହନ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ! ତାଙ୍କର ଦକ୍ଷତା ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆନୁଗତ୍ୟ, ବିଜେଡି ପାଇଁ ଉତ୍ସର୍ଗୀକୃତ ମନୋଭାବ ତଥା ପ୍ରତ୍ୟକ୍ଷ ରାଜନୀତିରେ ସଫଳ ଗୋଟି ଚାଳନା ଦ୍ୱାରା ବିରୋଧୀ ପ୍ରତ୍ୟାଖ୍ୟାତ ହୋଇଛନ୍ତି ! ଏହାକୁ ସହି ନପାରି ବିରୋଧୀ ଅମୂଳକ ଓ ଅବାଂଛିତ ଅଭିଯୋଗ କରୁଛନ୍ତି ! ଅସହିଷ୍ଣୁତାର ଚରମ ସୀମାରେ ପହଁଚିଥିବା ବିରୋଧୀଙ୍କ ଏହି ଚକ୍ରାନ୍ତକୁ ସେ ଦୃଢ଼ ଭାବେ ନିନ୍ଦା କରୁଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି !

    Maximum 500 characters

    ତାଜା ଖବର View all

    Find Us on Facebook