Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିରୋଧୀଙ୍କ ଅଭିଯୋଗର ଜବାବ ଦେଲେ ଦେବୀ ମିଶ୍ର

    Share on :
    ajab-Image
    Date: Jul 26, 2020    Views: 4236

    ଭୁବନେଶ୍ୱର: ବିରୋଧୀ ଦଳର ବିଭିନ୍ନ ଅଭିଯୋଗର ଜବାବ ରଖିଛି ବିଜେଡି ।  ଏହି ପରିପ୍ରେକ୍ଷୀରେ ଆର୍ଥିକ ବ୍ୟବସ୍ଥା ନେଇ  କଂଗ୍ରେସ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ବିଜେଡି ଉପସଭାପତି ଦେବୀ ମିଶ୍ର ଖଣ୍ଡନ କରିଛନ୍ତି ।  ଏବେ ରାଜ୍ୟରେ ଆର୍ଥିକ ଆତଙ୍କ ନାହିଁ ।  ଆମେ ସମସ୍ତଙ୍କ ପରାମର୍ଶ ନେଇ ଆର୍ଥିକ ପରିଚାଳନା କରୁଛୁ  ବୋଲି ଦେବୀ ମିଶ୍ର କହିଛନ୍ତି । 

    ସେହିପରି କାଳିଆ ଟଙ୍କା ନେଇ  ତଥ୍ୟ ଥିଲେ ବିଜେପି ଉପସ୍ଥାପନ କରୁ ବୋଲି ଦେବୀ ମିଶ୍ର କହିଛନ୍ତି ।  ଏହାଛଡ଼ା ବିଜେପିର ରାସନକାର୍ଡ ଦୁର୍ନୀତି ଅଭିଯାଗ ଉପରେ ଶ୍ରୀ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ରାସନ କାର୍ଡ ନେଇ କୌଣସି ଦୁର୍ନୀତି ହୋଇନାହିଁ ।  ଯଦି କିଛି ଅଭିଯୋଗ ଅଛି ସ୍ଥାନୀୟ ପ୍ରଶାସନ ପାଖରେ ସମାଧାନ ହେବ ବୋଲି ସେ କହିଛନ୍ତି । 

    ପ୍ରକାଶ ଯେ, ଗୋଟିଏ ପଟେ ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ଫେରାଇବାକୁ ପାଇଁ ରାଜ୍ୟ ସରକାର ଚିଠି କରିଥିବାବେଳେ ଅନ୍ୟ ପଟେ  କାଳିଆ ଟଙ୍କା ନଫେରାଇବାକୁ ବିଜେପି ପକ୍ଷରୁ ହିତାଧିକାରୀଙ୍କୁ ପରାମର୍ଶ ଦିଆଯାଇଛି ।  ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ନିର୍ବାଚନ ସରିବା ପରେ ରାଜ୍ୟ ସରକାରଙ୍କ ଏଭଳି ନୀତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । 

    ଏହାଛଡ଼ା  ସେ କହିଛନ୍ତି ଯେ, ‘ମୁଁ ନିବଦେନ କରୁଛି ଚାଷୀଭାଇମାନେ ଟଙ୍କା ଫେରାନ୍ତୁ ନାହିଁ ।  ସରକାର ୩ଲକ୍ଷ ୪୧ ହଜାର ଟଙ୍କା ଫେରାଇବାକୁ ଚିଠି କରିଛନ୍ତି ।  ଏ ବାବଦରେ ରାଜ୍ୟ ସରକାର ୧୭୦ କୋଟି ୫୦ ଲକ୍ଷ ଦେଇଛନ୍ତି ।  ଯିଏ ତାଲିକା ପ୍ରସ୍ତୁତ କରିଥିଲେ ସେମାନଙ୍କ ଠାରୁ ଆଦାୟ କରାଯାଉ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି ।’ 
    ଅନ୍ୟପକ୍ଷରେ  ରାସନ କାର୍ଡ ଦୁର୍ନୀତି ନେଇ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।  ସେ କହିଛନ୍ତି ଯେ, ଯାଜପୁର ଜିଲ୍ଲା ଧର୍ମଶାଳାରେ ଅଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରାଯାଇଛି ।  ମିଥ୍ୟା ତଥ୍ୟ ଦେଇଥିବା ୨୦ ହଜାର ଲୋକଙ୍କ ନାଁ ତାଲିକାରୁ ବାଦ ଦିଆଯାଇଛି । ତେବେ  ଯାହାର ନାଁ କଟୁଛି ସେମାନଙ୍କ ଠାରୁ ଲାଞ୍ଚ ନିଆଯାଇ ସେମାନଙ୍କୁ ପୁଣି ତାଲିକାରେ ସାମିଲ କରାଯାଉଛି ।  ଏଭଳି ଦୁର୍ନୀତି ତଦନ୍ତ କରାଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦିଅନ୍ତୁ ବୋଲି  ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook