ମୁଖ୍ୟ ଖବର
ଉମରକୋଟ : ପନ୍ଦର ଦିନ ଭିତରେ ଆଗପଛ କରି ଗୋଟିଏ ପରିବାରର ୪ ଜଣଙ୍କର ମୃତୁ୍ୟ ହୋଇଛି । ଏମାନଙ୍କ ମଧ୍ୟରେ ଏକ ଦମ୍ପତି ଓ ସେମାନଙ୍କର ଦୁଇ ଜଣ ଭଣଜା ଅଛନ୍ତି । ଏହି ପରିବାର ହେଲା ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ଅନିରୁଦ୍ଧ ନାୟକଙ୍କର । ପୂର୍ବରୁ ଅନିରୁଦ୍ଧ ଓ ତାଙ୍କର ଦୁଇ ଭଣଜା ମୁନା ଓ ପଙ୍କଜଙ୍କ ମୃତୁ୍ୟ ହୋଇଥିବା ବେଳେ ମଙ୍ଗଳବାର ସକାଳେ ଅନିରୁଦ୍ଧଙ୍କ ପତ୍ନୀ ବାସନ୍ତୀଙ୍କର ମୃତୁ୍ୟ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ବାସନ୍ତୀ କରୋନାରେ ଆକ୍ରାନ୍ତ ହେବା ପରେ ସୁସ୍ଥ ହୋଇ ଗତ ସୋମବାର ଘରକୁ ଫେରିଥିଲେ । ଘରକୁ ଫେରିବା ପରେ ସେ ଖାଉ ନଥିଲେ କି ଶୋଉ ନଥିଲେ । ବଡ଼ ଚିନ୍ତାରେ ରହିଥିଲେ । ପନ୍ଦର ଦିନ ତଳେ ତାଙ୍କ ସ୍ୱାମୀ ଅନିରୁଦ୍ଧଙ୍କର ମୃତୁ୍ୟ ହୋଇଥିଲା । ପରେ ତାଙ୍କ ଭଣଜା ମୁନା ଓ ପଙ୍କଜଙ୍କର ମୃତୁ୍ୟ ହୋଇଥିଲା । ବାସନ୍ତୀ ନବରଙ୍ଗପୁର କୋଭିଡ କେୟାର କେନ୍ଦ୍ରରେ ରହି ଚିକିତ୍ସା ହେଉଥିଲେ । ସୁସ୍ଥ ହୋଇ ଘରକୁ ଫେରିବା ପରେ ତାଙ୍କର ଚିନ୍ତା ବଢ଼ି ଯାଇଥିଲା । ପନ୍ଦର ଦିନ ତଳେ ସ୍ୱାମୀ ଓ ଗତ ୬ ଦିନ ଭିତରେ ୨ ଜଣ ଭଣଜାଙ୍କୁ ସେ ହରାଇଥିଲେ । ବାସନ୍ତୀଙ୍କର ୩ ପୁଅ ଅଛନ୍ତି । ବଡ଼ପୁଅ କେବଳ ବିବାହ କରିଛନ୍ତି । ଏହି ଖବର ପ୍ରଚାର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।
Comments ସମସ୍ତ ମତାମତ