Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବାପାକୁ ଶୁଦ୍ଧ ହେବାକୁ ଯାଇ ଗଲା ଝିଅର ଜୀବନ

    Share on :
    ajab-Image
    Date: Sep 16, 2020    Views: 3556

    ପଟ୍ଟାମୁଣ୍ଡାଇ : ବାପାର ଶୁଦ୍ଧିକ୍ରିୟାରେ ଗାଧୋଇବାକୁ ଯାଇଥିଲେ ୨ ଭଉଣୀ  । ଏହି ସମୟରେ ପୋଖରୀରେ ବୁଡ଼ି ଯାଇଥିଲେ ଦୁଇ ଜଣ  । ୨୦ ବର୍ଷର ସାନ ଭଉଣୀଙ୍କର ମୃତୁ୍ୟ ଘଟିଥିବା ବେଳେ ୨୨ ବର୍ଷର ବଡ଼ ଭଉଣୀଙ୍କୁ ଗାଁ ଲୋକ ଉଦ୍ଧାର କରିଛନ୍ତି । ମାତ୍ର ୧୦ ଦିନ ତଳେ ରୋଗାକ୍ରାନ୍ତ ବାପାଙ୍କୁ ହରାଇ ମି୍ରୟମାଣ ହୋଇପଡ଼ିଥିବା ପରିବାରକୁ ପୁଣି ଏକ ଦୁଃଖର ସାମ୍ନା କରିବାକୁ ପଡ଼ିଛି  । କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅରୁଆରେ ଘଟିଥିବା ଏହି ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି  ।
    ଅରୁଆ ଗ୍ରାମର ସଂଜୟ ନନ୍ଦି (୫୦) ଗତ ଏକ ବର୍ଷ ହେଲା ସ୍ନାୟୁ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ । ତାଙ୍କର ୨୨ ବର୍ଷ ଓ ୨୦ ବର୍ଷର ଦୁଇ ଝିଅ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଗୋଟିଏ ପୁଅ ଅଛନ୍ତି । ବାପା ଶଯ୍ୟାଶାୟୀ ହେବା ପରେ ସାନ ଝିଅ ଭବାନୀ ହାଇଦ୍ରାବାଦରେ ସିଲେଇ କାମ କରି ପରିବାର ଭରଣ ପୋଷଣ କରିବା ସହ ବାପାଙ୍କ ଚିକିତ୍ସା କରାଉଥିଲେ । ହେଲେ ସବୁ ଉଦ୍ରମ ସତ୍ତ୍ୱେ ୧୦ ଦିନ ତଳେ ବାପା ସଞ୍ଜୟ ଉପଯୁକ୍ତ ଚିକିତ୍ସା ନ ପାଇ ଆଖି ବୁଜିଥିଲେ । ତାଙ୍କର ଦଶାହ ଶୁଦ୍ଧିକି୍ରୟା ଥିଲା । ବଡ଼ଝିଅ ଶିବାନୀ, ସାନ ଝିଅ ଭବାନୀ ଓ ଅନ୍ୟଜଣେ ସମ୍ପର୍କୀୟ ଭଉଣୀ ମିଶି ଘର ନିକଟରେ ଥିବା ପୋଖରୀକୁ ଗାଧୋଇ ଯାଇଥିଲେ । ଗାଧୋଉଥିବା ବେଳେ ହଠାତ ଭବାନୀ ପାଣିରେ ବୁଡ଼ି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଶିବାନୀ ମଧ୍ୟ ବୁଡ଼ି ଯାଇଥିଲେ । ସାଙ୍ଗରେ ଥିବା ଅନ୍ୟ ସମ୍ପର୍କୀୟ ଭଉଣୀ ପାଟି କରି ଡାକ ପକାଇବାରୁ ପୋଖରୀ ହୁଡ଼ାରେ ବସିଥିବା ଗାଁ ଲୋକମାନେ ପୋଖରୀ ଭିତରକୁ ଡେଇଁପଡ଼ି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । କିଛି ସମୟ ଭିତରେ ସେମାନେ ବଡ଼ ଭଉଣୀ ଶିବାନୀଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସାନ ଭଉଣୀ ଭବାନୀ ଅଧିକ ଗଭୀରକୁ ଚାଲି ଯାଇଥିବାରୁ ତାଙ୍କୁ ଉଦ୍ଧାର କରିପାରିନଥିଲେ । ଖବର ପାଇ ପଟ୍ଟାମୁଣ୍ଡାଇ ଦମକଳବାହିନୀ ପହଞ୍ଚି ଗାଁ ଲୋକଙ୍କ ସହଯୋଗରେ ଭବାନୀଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ମେଡିକାଲକୁ ଆଣିଥିଲେ । ତେବେ ସେତେବେଳକୁ ତାଙ୍କ ମୃତୁ୍ୟ ଘଟି ସାରିଥିବା ଡାକ୍ତର ଘୋଷଣା କରିଥିଲେ । ଅସମୟରେ ବାପା ସଂଜୟଙ୍କ ମୃତୁ୍ୟ ପରେ ରୋଜଗାର କରି ଘର ଚଳାଉଥିବା ଝିଅ ଭବାନୀଙ୍କ ମୃତୁ୍ୟ ତାଙ୍କ ପରିବାରର ମେରୁଦଣ୍ଡ ଭାଙ୍ଗି ଦେଇଛି । ଘରେ ମା ପ୍ରତିମା, ଝିଅ ଶିବାନୀ ଓ ପୁଅ ଶିବୁ ଅଛନ୍ତି । ଖବର ପାଇ ପଟ୍ଟାମୁଣ୍ଡାଇ ଥାନା ଆଇଆଇସି ରାକେଶ ତି୍ରପାଠୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛନ୍ତି  ।

    Maximum 500 characters

    ତାଜା ଖବର View all

    Find Us on Facebook