Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ନବଵିବାହିତାଙ୍କ ମୃତଦେହ ଉଦ୍ଧାର

    Share on :
    ajab-Image
    Date: Mar 4, 2021    Views: 3165

    ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ସରସରା ଗ୍ରାମ ବଜ଼ାରଦାଣ୍ଡର ଏକ ବନ୍ଦ ଘରେ ଜଣେ ନବବିବାହିତାଙ୍କ ଶବ ଉଦ୍ଧାର କରାଯାଇଛି। ତେବେ ମୃତ ଯୁବତୀଙ୍କ ସ୍ବାମୀ ଓ ଶ୍ବଶୁର ଘର ଛାଡ଼ି ଫେରାର ହୋଇଯାଇଛନ୍ତି।

    ମିଳିଥିବା ସୂଚନା ମୁତାବକ ମାଲୁ ବେହେରାଙ୍କ ପୁଅ ବିଭୂତି ଚାରି ମାସ ତଳେ ବିବାହ କରିଥିଲେ। ଗତକାଲି ରାତିରେ ମାଲୁ ବେହେରା ଏବଂ ତାଙ୍କ ପୁଅ ବିଭୁତି ଘରୁ ପଳାଇବା ଦେଖି ଗ୍ରାମବାସୀ ସନ୍ଦେହ କରିଥିଲେ। ପରେ ଘର ଝରକା ବାଟେ ନବଵିବାହିତାଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ।
    ଆଜି ସକାଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି  ନବବିବାହିତାଙ୍କ ଶବ ଉଦ୍ଧାର କରିଛି। ପୁଲିସ ଏହାପରେ ଘଟଣାର ତଦନ୍ତ ଆରମ୍ଭ କରିଥବା ବେଳେ ବାପ ପୁଅ ଫେରାର ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି।

    Maximum 500 characters

    ତାଜା ଖବର View all

    Find Us on Facebook