Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କାଳ ହେଲା ବୋମା ଭିଡିବା, ଗଲା ଯୁବକଙ୍କ ଜୀବନ

    Share on :
    ajab-Image
    Date: Oct 18, 2020    Views: 2828

    ନିଶ୍ଚିନ୍ତକୋଇଲି : ବୋମା ଭିଡିବା କାଳ ହେଲା  । ବୋମା ଭିଡୁ ଭିଡୁ ଜୋରରେ ବିସ୍ଫୋରଣ କଲା  । ଫଳରେ ଜଣେ ଯୁବକଙ୍କ ଜୀବନ ଯାଇଥିବାବେଳେ ଏକାଧିକ ଲୋକ ଆହତ ହୋଇଥିବା ଜଣାଯାଇଛି  । ମୃତକ ହଜଣକ ମିର୍ଜା ମୁସ୍ତାଫ ବେଜ (୨୨) ବୋଲି ଜଣାଯାଇଛି  ।

    ଘଟଣାରୁ ପ୍ରକାଶ ଯେ, ନେମାଳ ଥାନା ଅନ୍ତର୍ଗତ ଦାଉଦପୁର ପଞ୍ଚାୟତ ନାହାଳପୁର କବରସ୍ତାନ ନିକଟରେ ୩/୪ ଜଣ ଯୁବକ ବୋମା ଭିଡ଼ୁଥିଲେ  । ବୋମା ବିସ୍ଫୋରଣ ଘଟିବାରୁ ସେଥିରେ ଦାଉଦପୁର ପଞ୍ଚାୟତ ନାହାଳପୁର ଗ୍ରାମର ଭିକା ମିର୍ଜା ବେଗଙ୍କ ପୁଅ ମିର୍ଜା ମୁସ୍ତାଫ ବେଗ ଗୁରୁତର ଆହାତ ହୋଇ ପ୍ରଥମେମ ନିଶ୍ଚିତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିଲେ  । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ତେବେ ଅନ୍ୟ ଯୁବକମାନେ ଫେରାର ହୋଇଯାଇଥିବା ଜଣାଯାଇଛି  । ଏ ସମ୍ପର୍କରେ ଖବର ପାଇ ନରେନ୍ଦ୍ରପୁର ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ମାହାଳୀ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଛନ୍ତି  ।

    Maximum 500 characters

    ତାଜା ଖବର View all

    Find Us on Facebook