ମୁଖ୍ୟ ଖବର
ମଧ୍ୟପ୍ରଦେଶ: ସାଧାରଣତଃ ମଣିଷଟିର ଜୀବନ ଗଲାପରେ ହିନ୍ଦୁ ରୀତିନୀତି ସହକାରେ ଅନ୍ତିମ ସଂସ୍କାର କରାଯାଇଥାଏ । ହେଲେ ହସପିଟାଲରେ ଶବ ପଡ଼ିପଡ଼ି କଙ୍କାଳ ହେବା କଥା ଆମକୁ ଅଡୁଆ ଲାଗିଥିଲେ ମଧ୍ୟ ଏହା ନିରାଟ ସତ୍ୟ । ଘଟଣା ଘଟିଛି ମଧ୍ୟପ୍ରଦେଶ ଇନେ୍ଦାର ଜିଲ୍ଲାରେ । ଏହି ଜିଲ୍ଲାର ସବୁଠୁ ବଡ଼ ସରକାରୀ ହସପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ୧୧ଦିନ ଧରି ଶବଟି ଷ୍ଟ୍ରେଚରରେ ପଡ଼ି ପଡ଼ି କଙ୍କାଳ ହେଲା ପରେ ସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଛି । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ତନାଘନା ଆରମ୍ଭ ହୋଇଯାଇଛି । ସୂଚନାଯାୟୀ ମହାରାଜା ୟଶବନ୍ଦରାଓ ହସପିଟାଲରେ ଶବଗୃହରେ ଖାମଖିଆଲ ଢ଼ଙ୍ଗରେ ଏକ ଷ୍ଟ୍ରେଚରରେ ଶବ ରଖାଯାଇଥିଲା । ଦୀର୍ଘ ୧୧ଦିନ ଧରି ପଡିରହିବା ପରେ ଏହା କଙ୍କାଳରେ ପରିଣତ ହୋଇଯାଇଛି । ନିକଟରେ ଏହି ଶବ ପାଖରୁ ଦୁର୍ଗନ୍ଧ ଆସିବାରୁ ଲୋକେ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ । ତେବେ ଘଟଣାଟିକୁ ନେଇ ପ୍ରଶାସନ ତପôର ରହିଥିବାବେଳେ ହସପିଟାଲ କର୍ତ୍ତୃପକ୍ଷ ପକ୍ଷରୁ ଏନେଇ ସଫେଇ ଦିଆଯାଇଛି । ଏଠାରେ କେବଳ ୧୬ ଫିଜର ବ୍ୟବସ୍ଥା ରହିଥିବାବେଳେ ଏହାର ସମାଧାନ ଲାଗି ପୂର୍ବରୁ ରାଜ୍ୟ ପ୍ରଶାସନଙ୍କୁ ମଧ୍ୟ ସେ ପତ୍ର ଜଣାଇଥିବା କୁହାଯାଇଛି । ତେଣୁ ହସପିଟାଲ ଅଧୀକ୍ଷକ ଡ. ପିଏସ ଠାକୁର ଏହି ମାମଲାର ତଦନ୍ତ କରାଇବାକୁ କହିଥିବାବେଳେ ପ୍ରକୃତ ଦୋଷୀ ଲାଗି ଉଚିତ ଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି ।
Comments ସମସ୍ତ ମତାମତ