Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କଦଳୀ ଭେଳା ଓଲଟି ଦୁଇଭାଇଙ୍କ ମୃତ୍ୟୁ

    Share on :
    ajab-Image
    Date: Sep 5, 2020    Views: 8195

    ଭୁବନେଶ୍ବର: ଯାଜପୁର ଜିଲା ବରୀ ବ୍ଲକ ମେଦୁଆ କୂଳରୁ ପାଟରେ କଦଳୀ ଭେଳା ଓଲଟି ଶନିବାର ୨ ଭାଇଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମେଦୁଆକୂଳ ଗ୍ରାମର ମିତୁନି ବେହେରା (୨୮), ଶୁଭମ ବେହେରା (୨୨)। ସେମାନେ କଦଳୀ ଭେଳାରେ ପାଟ ଭିତରକୁ ଯାଉଥିବା ସମୟରେ ହଠାତ ଭେଳାଟି ଓଲଟି ପଡିଥିଲା। ଖବର ପାଇ ବରୀ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚି ଦୁଇଜଣଙ୍କୁ ଉଦ୍ଧାର କରି ବରୀ-ରାମଚନ୍ଦ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook