ମୁଖ୍ୟ ଖବର
ଭୁବନେଶ୍ୱର : ସାମାଜିକ ଦୂରତ୍ୱ ଉଲ୍ଲଂଘନ ସହ ମାସ୍କ ପିନ୍ଧି ନଥିବାରୁ ୨୧ ରାଜନୈତିକ କର୍ମୀଙ୍କ ଠାରୁ ଫାଇନ ଆଦାୟ କରିଛି କମିଶନରେଟ ପୁଲିସ । ତେବେ କେଉଁ ଦଳର କର୍ମୀଙ୍କ ଠାରୁ ଫାଇନ ଆଦାୟ ହୋଇଛି ତାହା କିନ୍ତୁ ସ୍ପଷ୍ଟ କରାଯାଇନାହିଁ ।
ଭୁବନେଶ୍ୱର ଡିସିପିଙ୍କ ପକ୍ଷରୁ ଟ୍ୱିଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରରେ ସାମାଜିକ ଦୂରତ୍ୱ ରକ୍ଷା ନକରି ମାସ୍କ ନପିନ୍ଧି କେତେକ ରାଜନୈତିକ କର୍ମୀ ଏକତ୍ରିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କୁ ଚିହ୍ନଟ କରାଯାଇ ଆଇନ ଅନୁସାରେ ଫାଇନ ଆଦାୟ କରାଯାଇଛି । ସମସ୍ତେ ସାମାଜିକ ଦୂରତ୍ୱର ସମସ୍ତ ନୀତି ନିୟମ କଡ଼ା କଡ଼ି ପାଳନ କରିବାକୁ ଭୁବନେଶ୍ୱର ଡିସିପି ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟଯେ, ନିକଟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କେତେକ ବିଜେପି କର୍ମୀ ଓ ନେତାଙ୍କ ସହ ଏକତ୍ରିତ ହୋଇ ଫଟୋ ଛାଡ଼ିଥିଲେ । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ବେଶ ସମାଲୋଚନା କରାଯାଇଥିଲା । ତେବେ ଏହା ଜାଣିବା ପରେ ନିଜ ଆଡ଼ୁ ସେ ଫାଇନ ଦେଲେ ବୋଲି ଅପରାଜିତା ଟ୍ୱିଟରେ ଉଲ୍ଲେଖ କରିଥିଲେ । ସେହିପରି କଂଗ୍ରେସ ଭବନରେ ମଧ୍ୟ ଜଣେ ପୂର୍ବତନ ବିଧାୟକ ଦଳରେ ସାମିଲ ହେବା ବେଳେ ଅନେକ ଲୋକ ଏକାଠି ହୋଇଥିଲେ । ସାମାଜିକ ଦୂରତ୍ୱ ରକ୍ଷା କରା ନଯାଇଥିବାବେଳେ ମାସ୍କ ମଧ୍ୟ ପିନ୍ଧିନଥିଲେ । ଏହାକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବନେ୍ଦ ଉକôଳ ଜନନୀ ଗାୟନ ବେଳେ ରାଜ୍ୟର ଅନେକ ସ୍ଥାନରେ ମଧ୍ୟ ସାମାଜିକ ଦୂରତ୍ୱ ନିୟମର ବ୍ୟତିକ୍ରମ ପରିଲକ୍ଷିତ ହୋଇଥିଲା ।
Comments ସମସ୍ତ ମତାମତ