Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ରାଜ୍ୟ ଖବର

ମୁଖ୍ୟ ଖବର

    ଦାନ କଲେ ଦାରା ସିଂ

    Share on :
    ajab-Image
    Date: May 21, 2020    Views: 3896

    କେନ୍ଦୁଝର / କେନ୍ଦୁଝରଗଡ଼:  ବହୁ ଚର୍ଚ୍ଚିତ ଅଷ୍ଟ୍ରେଲିଆ ମିସନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ପୁଅ ଫିଲିଫ ଏବଂ ଟିମୋଥିଙ୍କୁ ଜିଅନ୍ତା ଜାଳି ହତ୍ୟା କରିବା ଅପରାଧ ସହ ଅନ୍ୟ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଦାରା ସିଂ ଓରଫ ରବୀନ୍ଦ୍ର କୁମାର ପାଲଙ୍କୁ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କରୋନା ମୁକାବିଲା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଅନୁମତି ମିଳିଛି । ସରକାରଙ୍କ ଜେଲ ବିଭାଗ ଆଇଜିଙ୍କ ଅନୁମତି ମିଳିବା ପରେ ସେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୬ ହଜାର ଟଙ୍କା ଲେଖାଏଁ ଦାନ କରିଛନ୍ତି ।
    ଜେଲ ବିଭାଗ ଡିଆଇଜି ତାଙ୍କ ପତ୍ର ସଂଖ୍ୟା ୭୩୮୦, ୧୬/୫/୨୦୨୦ ରେ ଏକ ପତ୍ର ଲେଖି କେନ୍ଦୁଝର କାରାଗାର ଅଧ୍ୟକ୍ଷଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁମତି ଦେଇଛନ୍ତି । କରୋନା ମୁକାବିଲା ପାଇଁ ଦାନ କରିବାକୁ ଏପି୍ରଲ ୬ରେ ସେ ଅନୁମତି ମାଗିଥିବା ବେଳେ ତାଙ୍କର ଆବେଦନକୁ ଜେଲ ଅଧୀକ୍ଷକ ସେହିଦିନ ଆଇଜିଙ୍କ ଅନୁମତି ପାଇଁ ପଠାଇଥିଲେ । ବର୍ଷକ ମଧ୍ୟରେ ସଶ୍ରମ କାରାଦଣ୍ଡରୁ ରୋଜଗାର କରିଥିବା ଏହି ୧୨ ହଜାର ଟଙ୍କା ସେ ମଙ୍ଗଳବାର ନିଜ ଆଇନଜୀବୀଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଏହି ଘଟଣା ଦେଶରେ ପ୍ରଥମ ହୋଇଥିବା ବେଳେ ସମଗ୍ର ରାଜ୍ୟରେ ଆଲୋଚନାର ବିଷୟବସ୍ତୁ ହୋଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook