Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ଡ୍ୟାନ୍ସ ପ୍ଲସରୁ ବାହାରିବେ ଶକ୍ତି

    Share on :
    ajab-Image
    Date: Nov 3, 2019    Views: 76

    ଡ୍ୟାନ୍ସ ରିୟାଲିଟି ଶୋ ‘ଡ୍ୟାନ୍ସ ପ୍ଲସ’ର ୪ଟି ସିଜନରେ ଡ୍ୟାନ୍ସର ଓ ମେଣ୍ଟର ରହିଥିବା ଶକ୍ତି ମୋହନଙ୍କୁ ଏହାର ୫ ମ ସିଜିନରେ ବିଚାରକ ଭାବେ ଆଉ ଦେଖିବାକୁ ପାଇବେନି ନୃତ୍ୟପ୍ରେମୀ । ତାଙ୍କ ସ୍ଥାନ ନେଇଛନ୍ତି ସୁରେଶ ମୁକୁନ୍ଦ ଓ କରିସ୍ମା ଚାଭାନ । ପୁନିତ ଜେ ପାଠକ ଓ ଧର୍ମେଶ ୟୋଲାଦେଙ୍କ ସହିତ ଶୋ’ର ୪ଟି ସିଜିନରେ କ୍ୟାପଟେନ ଥିଲେ ଶକ୍ତି । ପୂର୍ବର କୌଣସି ସିଜନରେ ବିଜେତା ହୋଇପାରିନଥିବାରୁ ୫ମ ସିଜନରେ ବିଚାରକ ହେବାକୁ ସେ ଇଚ୍ଛୁକ ନଥିବା ଶୁଣିବାକୁ ମିଳୁଛି । ଏ ନେଇ ରେମୋ ଡି ସୌଜା ଓ ଶକ୍ତିଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଛି । କିନ୍ତୁ କିଛି ଫଳ ମିଳିଲାନି । ତେଣୁ ଶେଷରେ ଶକ୍ତି ସୋ ରୁ ବାହାରି ଯିବାକୁ ନିଷ୍ପତ୍ତି ନେଇଥିବା ଶୁଣିବାକୁ ମିଳୁଛି । କିନ୍ତୁ ରେମୋ ଡି’ସୌଜା କହିଛନ୍ତି ସୁଟିଂ ତାରିଖକୁ ନେଇ ଶକ୍ତି ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି ।  ଅନ୍ୟ କାରଣ ଲାଗି ନିର୍ଦ୍ଧିଷ୍ଟ ତାରିଖରେ ସୁଟିଂ କରିପାରିନାହାନ୍ତି । ଏହା ଛଡ଼ା ଡ୍ୟାନ୍ସ ଟିମ୍ ସହ ଶକ୍ତିଙ୍କର ଅନ୍ୟ କୌଣସି ସମସ୍ୟା ଅଛି ବୋଲି ସେ ଭାବୁନଥିବା ଖବର ସଂସ୍ଥାକୁ କହିଛନ୍ତି ।

     

    Maximum 500 characters

    କଳା View all

    Find Us on Facebook