Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କେନ୍ଦ୍ର ଓ ରାଜ୍ୟର ସମ୍ପର୍କ ନେଇ ଏହା କହିଲେ ଦାମ

    Share on :
    ajab-Image
    Date: Jan 9, 2021    Views: 3040

    ଭୁବନେଶ୍ୱର : ପ୍ରତିରକ୍ଷା ଓ ବୈଦେଶିକ ବ୍ୟାପାର ଆଦି କେନ୍ଦ୍ର ବିଷୟ ହୋଇଥିବା ବେଳେ କୃଷି ରାଜ୍ୟ ବିଷୟ ବିଭିନ୍ନ ରାଜ୍ୟରେ ଖାଦ୍ୟଭ୍ୟାସ, ଈଶ୍ୱର ବିଶ୍ୱାସ, ସାମାଜିକ ଚଳଣି ଏକାଭଳି ନୁହେଁ । କୃଷି ପରମ୍ପରା ମଧ୍ୟ ଭିନ୍ନ । ଓଡ଼ିଶାରେ କୃଷିକୁ ନେଇ ୧୨ ମାସରେ ୧୩ ପର୍ବ ରହି ଆସିଛି । ଯାହା ଭାରତ ବର୍ଷରେ ଅନ୍ୟ କେଉଁଠି ନାହିଁ । କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକର ମତ ନ ନେଇ ଏକତରଫା ଭାବେ ନୂତନ କୃଷି ଆଇନ ପ୍ରଣୟନ କରିବା ଫଳରେ ଦେଶବ୍ୟାପୀ ଆନେ୍ଦାଳନ ସୃଷ୍ଟି ହୋଇଛି । କୃଷି ଆଇନ ପ୍ରତ୍ୟାହାର ପାଇଁ ଯଦି କେନ୍ଦ୍ର ସରକାର ରାଜି ନୁହନ୍ତି ତେବେ ଆଇନର କାର୍ଯ୍ୟକାରିତାକୁ ସ୍ଥଗିତ ରଖି ସବୁ ରାଜ୍ୟର ମତ ନେବା ଆବଶ୍ୟକ । ନିଜ ନିଷ୍ପତ୍ତିରେ ଅଟଳ ନ ରହି କେନ୍ଦ୍ର ସରକାର ରାଜ୍ୟ ବିଷୟ ଉପରେ ଛାଡ଼ିବା ଉଚିତ ବୋଲି ପୂର୍ବତନ କୃଷି ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି । କେନ୍ଦ୍ର ଶାସନ ଦାୟିତ୍ୱରେ ଥିବା ବିଜେପି ସରକାର ଏବେ କୃଷି ପରମ୍ପରାକୁ ଏକ ଦଳୀୟ ବ୍ୟାପାର ଭାବେ ଧରି ନେଇ ନିଜ ଦଳକୁ ସୁହାଇବା ଭଳି କୃଷି ଆଇନ ପ୍ରଣୟନ କରିଛନ୍ତି । ସାରା ଦେଶରେ କୃଷକଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ସବୁ ରାଜ୍ୟର ପ୍ରତିନିଧିଙ୍କୁ ଡାକି ନିଷ୍ପତ୍ତି ନେଇଥିଲେ ତାହା ଗ୍ରହଣୀୟ ହୋଇଥାଆନ୍ତା । 

    Maximum 500 characters

    ରାଜନୀତି View all

    Find Us on Facebook