Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ତାଜା ଖବର

ମୁଖ୍ୟ ଖବର

    ରାଜ୍ୟରେ କି କି କ୍ଷତି କରିଛି ଅମପନ

    Share on :
    ajab-Image
    Date: May 23, 2020    Views: 2796

    ଭୁବନେଶ୍ୱର: ମହାବାତ୍ୟା ଅମପନ ପାଇଁ ରାଜ୍ୟରେ କି କି କ୍ଷତି ଘଟିଛି ସେନେଇ ରାଜ୍ୟ ସରକାର ପ୍ରାରମ୍ଭିକ ଆକଳନ କରିଛନ୍ତି  । କେଉଁ କେଉଁ କ୍ଷେତ୍ରରେ କି କି କ୍ଷତି ହୋଇଛି ତାହାର ବିସ୍ତୃତ ରିପୋର୍ଟ ସରକାରୀ ଅଧିକାରୀମାନେ ପ୍ରଦାନ କରିଛନ୍ତି  ।

    ଅମପନ ଦ୍ୱାରା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, କଟକ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ପ୍ରଭାବିତ ହୋଇଛି  । ତେବେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ବହୁଳ ଭାବେ ପ୍ରଭାବିତ ହୋଇଛି  । ମହାବାତ୍ୟା ଅମ୍ପନ ୯୮୩୩ ଗାଁ, ୧୫୫୮ ଗ୍ରାମ  ପଂଚାୟତ, ୯୨ ବ୍ଲକ ଓ ୨୨ ପୌର ପରିଷଦର ୨୭୨ ୱାଡର଼୍କୁ ପ୍ରଭାବିତ କରିଛି  । ୧୦ ଜିଲ୍ଲାର ୪୪ ଲକ୍ଷ ୪୪ ହଜାର ୮୯୬ ଜଣ ପ୍ରଭାବିତ ହୋଇଥିବାବେଳେ ୮ ଲକ୍ଷ ୭୨ ହଜାର ୫୪୯ ପଶୁସମ୍ପଦ ପ୍ରଭାବିତ ହୋଇଛନ୍ତି  । ମହାବାତ୍ୟା ଦ୍ୱାରା ୫୦୦ ଗୃହ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ ୧୫  ହଜାର ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି  । 

    ମହାବାତ୍ୟା ପାଇଁ ୨ ଲକ୍ଷ ଲୋକ ସ୍ଥାନାନ୍ତରିତ ହୋଇଥିବାବେଳେ ପ୍ରଭାବିତ ଅଂଚଳରେ ୨୧୦ ମୋବାଇଲ ମେଡ଼ିକାଲ ଟିମ ମୁତୟନ କରାଯାଇଛି  ।  ସେହିପରି ପଶୁସମ୍ପଦର ଚିକିତ୍ସା ପାଇଁ ୭୫ ଭେଟେରାନାରୀ ଟିମ, ୭୯ ଭେଟେରାନାରୀ ଡାକ୍ତର ଓ ୩୧୦ ପାରା ମେଡ଼ିକାଲ ଷ୍ଟାଫ ସାମିଲ ହୋଇଛନ୍ତି  । ୩୨ଟି ପଶୁ ସ୍ୱାସ୍ଥ୍ୟ କ୍ୟାମ୍ପରେ ୧୨୪୨ ପଶୁଙ୍କୁ ଚିକିତ୍ସା କରାଯାଇଥିବାବେଳେ ୯୦୦ ଗୋରୁଗାଈଙ୍କୁ ଟୀକା ଦିଆଯାଇଛି  । 

    କ୍ଷତିଗ୍ରସ୍ତ ଘରକୁ ସହାୟତା ଦିଆଯାଉଥିବାବେଳେ ମେ’ ୨୬ ସୁଦ୍ଧା ସମସ୍ତଙ୍କୁ  ସହାୟତା ପ୍ରଦାନ କରିବାର ଲକ୍ଷ୍ୟ ରହିଛି  । ଅପରପକ୍ଷରେ କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟରେ ଲାଗିଥିବା ସରକାରୀ ଅଧିକାରୀମାନଙ୍କର ଛୁଟି ବାତିଲ କରାଯାଇଛି  । 

    ଶକ୍ତି ଭିତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି  । ପ୍ରାରମ୍ଭିକ ଆକଳନ ଅନୁଯାୟୀ, ୩୪ କିମି ୩୩ କେଭି ଲାଇନ, ୪୫୩ କିମି ୧୧ କେଭି ଲାଇନ, ୬୮୦ କିମି ଏଲଟି ଲାଇନ ଓ ୨୪୩୯ ସଂଖ୍ୟକ ଟ୍ରାନ୍ସଫର୍ମର କ୍ଷତିଗ୍ରସ୍ତ ହୋଇଛି  । ସେହିପରି ୮୫% ପ୍ରଭାବିତ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଇ ଦିଆଯାଇଥିବାବେଳେ ଆଜି ସୁଦ୍ଧା ସମସ୍ତଙ୍କୁ ବିଜୁଳି ଯୋଗାଇ ଦିଆଯିବ  ।

    ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରେ ୪୯୩୦ ଟେଲିକମ ଭିତିଭୂମି ସମ୍ପୂର୍ଣ୍ଣ ବା ଆଂଶିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ୯୦% ମୋବାଇଲ ଟାୱାର କାର୍ଯ୍ୟକ୍ଷମ ହୋଇଛି  । ସେହିପରି ବାତ୍ୟା ଯୋଗୁଁ ୧ ଲକ୍ଷ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବାବେଳେ ମେ’ ୨୬ ସୁଦ୍ଧା ଚୂଡ଼ାନ୍ତ ଆକଳନ କରାଯିବ  । ୯୩% ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇସାରିଥିବାବେଳେ ଆଜି ସୁଦ୍ଧା ଶତପ୍ରତିଶତ କାର୍ଯ୍ୟକ୍ଷମ ହେବ  । ପାନୀୟ ଜଳ ଯୋଗାଣ ପାଇଁ ୮୧ ୱାଟର ଟ୍ୟାଙ୍କରର ବ୍ୟବସ୍ଥା କରାଯାଇଛି  । ସହରାଂଚଳରେ ୪୦୧ ପ୍ରଭାବିତ ପମ୍ପ ହାଉସ ମଧ୍ୟରୁ ୩୭୬ ପମ୍ପ ହାଉସ କାର୍ଯ୍ୟକ୍ଷମ ହୋଇସାରିଛି  । ସହରାଂଚଳରେ ପାନୀୟ ଜଳ ଯୋଗାଣ ପାଇଁ ୫୫ ଟ୍ୟାଙ୍କରର ବ୍ୟବସ୍ଥା ହୋଇଛି  । 

    ପ୍ରାରମ୍ଭିକ ଆକଳନ ଅନୁଯାୟୀ, ୧୪ ବୋଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ୪୧ ବୋଟ ଆଂଶିକ କ୍ଷତିଗ୍ରସ୍ତ ହୋଇଛି  । ସେହିପରି କଟକ ଓ ବାଲେଶ୍ୱର ଡିଭିଜନରେ ୪ ହଜାର ଗଛ ଉପୁଡ଼ିଥିବାବେଳେ ଅସ୍ତରଂଗ ଅଂଚଳରେ ୨ ହଜାର ସଂଖ୍ୟକ ଝାଉଁ ଗଛ ଉପୁଡ଼ିଯାଇଛି  ।

    ଅପରପକ୍ଷରେ ରାସ୍ତା ଉପରୁ ୨୫୯୬ ଗଛ ଉଠାଯାଇଛି  । ୧୫୧ କିମି ରାସ୍ତା କ୍ଷତିଗ୍ରସ୍ତ ହୋଇଥିବାବେଳେ ୪୨ଟି ସେତୁ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି  । ଏହାଛଡ଼ା ୬୪୬ ଅଙ୍ଗନବାଡ଼ି କେନ୍ଦ୍ର, ୧୫୫୨ ପ୍ରାଥମିକ ସ୍କୁଲ ଘର ଓ ୨୮୯ ପଂଚାୟତ ଘର ଓ କମୁ୍ୟନିଟି ହଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି  ।  

    Maximum 500 characters

    ତାଜା ଖବର View all

    Find Us on Facebook