Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମୁଖ୍ୟମନ୍ତ୍ରୀ ଓ ରାଜ୍ୟବାସୀଙ୍କୁ ମୋଦିଙ୍କ ପ୍ରଶଂସା

    Share on :
    ajab-Image
    Date: May 22, 2020    Views: 3712

    ଭୁବନେଶ୍ୱର : ମହାବାତ୍ୟା ‘ଅମପନ’ ପ୍ରଭାବରେ ରାଜ୍ୟର କେଉଁ ଅଂଚଳରେ କିଭଳି କ୍ଷୟକ୍ଷତି ହୋଇଛି ତାହା ଆକାଶମାର୍ଗରୁ ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ଏନେଇ ସମୀକ୍ଷା କରିବା ସହ ୫୦୦ କୋଟିର ଆଗୁଆ ସହାୟତା ଘୋଷଣା କରାଯାଇଛି  । ଅପରପକ୍ଷରେ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟବାସୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ  ।

    ମହାବାତ୍ୟା ‘ଅମପନ’ର କ୍ଷୟକ୍ଷତି ଆକଳନ କରିବାକୁ ପ୍ରଧାନମନ୍ତ୍ରୀ ପ୍ରଥମେ ପଶ୍ଚିମବଙ୍ଗ ଯାଇଥିଲେ  । ପଶ୍ଚିମବଙ୍ଗରେ କ୍ଷୟକ୍ଷତି ଆକଳନ କରିବା ପରେ ଅପରାହ୍ନରେ ଓଡ଼ିଶା ଆସିଥିଲେ ମୋଦି  । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ମୋଦିଙ୍କୁ ସ୍ୱାଗତ କରିଥିଲେ  । ପରେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବାୟୂସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଆକାଶମାର୍ଗରୁ ମହାବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ  । ହେଲିକପ୍ଟରରେ ଟ୍ୟାବ ଓ ମ୍ୟାପ ଧରି ପ୍ରଧାନମନ୍ତ୍ରୀ ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଥିଲା  । ବାତ୍ୟା ଅଂଚଳର କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନବନ୍ଦର ସମ୍ମିଳନୀ କକ୍ଷରେ ସମୀକ୍ଷା କରିଥିଲେ  । ସମୀକ୍ଷା ବୈଠକରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ରହିଥିଲେ  । ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ କହିଥିଲେଯେ,  କରୋନା ସଂକଟ ବେଳେ ମହାବାତ୍ୟା ସଂକଟ ବି ମାଡ଼ି ଆସିଥିଲା  । ମହାବାତ୍ୟା ପଶ୍ଚିମବଙ୍ଗ ଯିବା ବେଳେ ଓଡ଼ିଶାରେ ବି କ୍ଷତି କରିବା ଆଶଙ୍କା ଥିଲା  । କିନ୍ତୁ ଏଠାରେ ଯେମିତି ବ୍ୟବସ୍ଥା ହୋଇଥିଲା, ତାହା ସହାୟକ ହେଲା  । ଲୋକଙ୍କୁ ଠିକ ସୂଚନା ମିଳିଥିବାରୁ ଏଠାରେ ଜୀବନରକ୍ଷା ହୋଇପାରିଲା  । ଲୋକଙ୍କୁ ଜଣାଯାଇଥିଲା, ସେମାନଙ୍କୁ କ’ଣ କରିବାକୁ ପଡ଼ିବ  । ଏଥିପାଇଁ ଓଡ଼ିଶାବାସୀ, ନବୀନବାବୁ ଓ ତାଙ୍କ ଟିମକୁ ଅଭିନନ୍ଦନ ଜଣାଇଥିଲେ ମୋଦି  ।

    ଏହି ଅବକାଶରେ ଓଡ଼ିଶାକୁ ବାତ୍ୟା ସହାୟତା ବାବଦରେ ଆଗୁଆ ୫୦୦ କୋଟିର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ  । ସେ କହିଥିଲେଯେ, ବାତ୍ୟା ମୁକାବିଲା ପାଇଁ ପ୍ରାରମ୍ଭିକ ସହାୟତା ବାବଦରେ ୫୦୦ କୋଟି ଟଙ୍କା ପ୍ରଦାନ କରାଗଲା  । ଖୁବଶୀଘ୍ର ରାଜ୍ୟ ସରକାରଙ୍କ କ୍ଷୟକ୍ଷତି ସଂକ୍ରାନ୍ତୀୟ ରିପୋର୍ଟ ମଧ୍ୟ ମିଳିବ  । ପରେ କେନ୍ଦ୍ରୀୟ ଟିମ ଆସି ସବିଶେଷ ଅନୁଧ୍ୟାନ କରିବେ । ସମ୍ପୂର୍ଣ୍ଣ ରିପୋର୍ଟ ମିଳିବା ପରେ ପୂର୍ଣ୍ଣାଙ୍ଗ ଯୋଜନା କରାଯିବ  । ରାଜ୍ୟ ସହ କେନ୍ଦ୍ର କାନ୍ଧ ମିଳାଇ ପୁନର୍ବିନ୍ୟାସ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

    ସୂଚନାଯୋଗ୍ୟଯେ, ପ୍ରଧାନମନ୍ତ୍ରୀ କୋଲକାତାରେ ପହଁଚିବା ପରେ ହେଲିକକ୍ଟର ଯୋଗେ ଆକାଶମାର୍ଗରୁ ପଶ୍ଚିମବଙ୍ଗର ମହାବାତ୍ୟା ଜନିତ କ୍ଷୟକ୍ଷତି ଆକଳନ କରିଥିଲେ  । ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସେ ସମୀକ୍ଷା କରିବା ସହ ୧ ହଜାର କୋଟିର ଅଗ୍ରୀମ ସହାୟତା ରାଶି ଘୋଷଣା କରିଥିଲେ  ।

    Maximum 500 characters

    ରାଜନୀତି View all

    Find Us on Facebook