Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଖୋର୍ଦ୍ଧା: ହାତୀ ଆକ୍ରମଣରେ ୩ ଭାଇ ଆହତ, ୨ ଗୁରୁତର

କଟକ: ମର୍କତନଗର ଥାନା କାଠଯୋଡ଼ି ବିହାର ବସ୍ତିରେ ଦୁଷ୍ଟାମୀ ପାଇଁ ୬ ବର୍ଷର ଝିଅକୁ ଚେଙ୍କ ଦେଲା ମା’

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ବାତ୍ୟା ଅଂଚଳ ଦେଖିବା ପରେ ସମୀକ୍ଷା କଲେ ମୋଦି

    Share on :
    ajab-Image
    Date: May 22, 2020    Views: 3104

    ଭୁବନେଶ୍ୱର : ମହାବାତ୍ୟା ‘ଅମପନ’ କିଭଳି ପଶ୍ଚିମବଙ୍ଗ ଓ ଓଡ଼ିଶାରେ କ୍ଷୟକ୍ଷତି କରିଛି ତାହା ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ପ୍ରଥମେ କୋଲକାତା ବିମାନବନ୍ଦରରେ ଓହ୍ଲାଇବା ପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ବାତ୍ୟା ଅଂଚଳ ନୀରିକ୍ଷଣ କରିଥିଲେ ପ୍ରଧାନମନ୍ତ୍ରୀ  । ପଶ୍ଚିମବଙ୍ଗ ପାଇଁ ହଜାରେ କୋଟିର ପ୍ୟାକେଜ ଘୋଷଣା କରିବା ପରେ ସେ ଓଡ଼ିଶା  ଆସିଥିଲେ  । ଭୁବନେଶ୍ୱର ବିମାନବନ୍ଦରରେ ମୋଦି ପହଁଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଥିଲେ  । ପରେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ବାତ୍ୟାଂଚଳ ଅନୁଧ୍ୟାନ କରିଥିଲେ  । ଅନୁଧ୍ୟାନ କରି ଫେରିବା ପରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଥିବା ସମ୍ମିଳନୀ କକ୍ଷରେ ପ୍ରଧାନମନ୍ତ୍ରୀ ବାତ୍ୟା କ୍ଷୟକ୍ଷତି ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ  ।  

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook