Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପାରାଦୀପ ଠାରୁ ୯୫ କିମି ଦୂରରେ ‘ବୁଲବୁଲ’

    Share on :
    ajab-Image
    Date: Nov 9, 2019    Views: 1132

    ଭୁବନେଶ୍ୱର:  ବାତ୍ୟା ବୁଲବୁଲ ଏବେ ପାରାଦୀପ ଠାରୁ ୯୫ କିମି ଦୂରରେ ରହିଛି ।  ଏନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ତାଙ୍କ ସୂଚନା ମୁତାବକ  ବୁଲବୁଲ ଏବେ ଘଣ୍ଟାପ୍ରତି ୧୩ କିମି ବେଗରେ ଗତି କରୁଛି ।  ଆଜି ଅପରାହ୍ନ ୫ରୁ ରାତି ୧୦ ଟା ଭିତରେ ଲ୍ୟାଣ୍ଡଫଲ କରିପାରେ ।  ବୁଲବୁଲ ପୂର୍ବ ଉତ୍ତର ପୂର୍ବ ଦିଗକୁ ମୋଡ଼ ନେବା ଆରମ୍ଭ କରିଛି ।  ତେଣୁ ଆଉ ୪ରୁ ୫ଘଣ୍ଟା ଯାଏଁ ବର୍ଷା ଜାରି ରହିବ ।  ବିଶେଷ କରି ବାଲେଶ୍ୱର ଓ ଭଦ୍ରକରେ ବର୍ଷାର ପରିମାଣ ବଢିପାରେ । ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପ୍ରବଳ ବର୍ଷା ହୋଇଛି ।  ଧାମରାରେ ଘଣ୍ଟା ପ୍ରତି ୧୧୦ କିମି ବେଗରେ ପବନ ବୋହିଛି । ପାରାଦୀପ, ରାଜନଗର, ଚାନ୍ଦବାଲି ଓ ବାସୁଦେବପୁରରେ ଗଛ ଉପୁଡ଼ିଛି । ଏନଡିଆରଏଫ, ଓଡ୍ରାଫ ଟିମ ଦ୍ୱାରା ଗଛ କଟା ଆରମ୍ଭ ହୋଇଯାଇଛି ।  କିଛି ସ୍ଥାନରେ ବିଦୁ୍ୟତ ଖୁଣ୍ଟ ଉପୁଡ଼ି ପଡ଼ିଥିବା ସୂଚନା ମିଳିଛି ।  ବର୍ତ୍ତମାନ ସୁଦ୍ଧା ଅଢେଇ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।  ଧାମରାରେ ୯ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଟିମ ପହଞ୍ଚିଛି ।  ଫସଲ କ୍ଷୟକ୍ଷତି ନେଇ କୃଷି ସଚିବଙ୍କ ସହ ଆଲୋଚନା ହୋଇଛି । କ୍ଷୟକ୍ଷତି ଆକଳନ ପାଇଁ ଗୋଟିଲ ଟିମ ବାହାରିଥିବା  ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook