ମୁଖ୍ୟ ଖବର
ସୋର : ବାଲେଶ୍ୱର ଜିଲାର ସୋର ବାହାନଗା ସମେତ ଆଖପାଖ ଅଞ୍ଚଳରେ ବାତ୍ୟା ବୁଲ୍ବୁଲ୍ର ତାଣ୍ଡବ ଦେଖିବାକୁ ମିଳିଛି। ଗାଁ ବଜାରରେ, ରାସ୍ତାଘାଟରେ ପବନ ଯୋଗୁଁ ଗଛ ପଡ଼ି ରାସ୍ତା ବନ୍ଦ ହୋଇଯାଇଥିବା ଜଣାପଡ଼ିଛି। ବିଦ୍ୟୁତ ତାର ଛିଡ଼ିବା ସହ ଧିରେ ଧିରେ ପବନର ବେଗ ବଢୁଛି। ଫଳରେ ଗମନାଗମନରେ ବାଧା ସୃଷ୍ଟି ହୋଇଛି। ମଙ୍ଗଳପୁର ଗଡ଼ସାହି ଗ୍ରାମର ରମାକାନ୍ତ ସାହୁଙ୍କ ଘରେ ପାଣି ପଶି ଘର ଭାଙ୍ଗିବା ସହ ଚାଷ ଜମିରେ ପାଶି ପଶିଯିବାରୁ ଫସଲ ଓ ଜମି ନଷ୍ଟ ହୋଇଛି। ସ୍ଥାନୀୟଲୋକେ ସରକାରୀ ସାହାଯ୍ୟକୁ ଅପେକ୍ଷା କରିଥିବା ସୂଚନା ମିଳିଛି।
Comments ସମସ୍ତ ମତାମତ