Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ‘ବୁଲବୁଲ’

    Share on :
    ajab-Image
    Date: Nov 8, 2019    Views: 816

    ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୧୦ରୁ ୧୨୦ କିମି ରହିବ

    ଭୁବନେଶ୍ୱର: ବର୍ତ୍ତମାନ ପରିସ୍ଥିତିରେ ସମସ୍ତଙ୍କୁ ଡରାଉଥିବା ବାତ୍ୟା ‘ବୁଲବୁଲ’କୁ ନେଇ ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ଏକ ବଡ଼ ସୂଚନା ଦେଇଛନ୍ତି ।  ତାଙ୍କ ଆକଳନ ଅନୁସାରେ ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ବାତ୍ୟା ବୁଲବୁଲ ଯିବ ।  ସାଗରଦ୍ୱୀପ-ଖେପୁପାରା ମଧ୍ୟରେ ବାତ୍ୟା ଅତିକ୍ରମ କରିବ ।  ସୁନ୍ଦରବନରେ ବାତ୍ୟା ବୁଲବୁଲ ଲ୍ୟାଣ୍ଡଫଲ କରିବା ନେଇ ସେ ଆକଳନ କରିଛନ୍ତି । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୧୦ରୁ ୧୨୦ କିମି ରହିବ ।  ସ୍ଥଳବିଶେଷରେ ପବନର ବେଗ  ୧୩୫ କିମି ଛୁଇଁପାରେ ।  ପୂର୍ବାହ୍ଣରେ ପାରାଦୀପ ଠାରୁ ୩୫୦ କିମି ଦୂରରେ ଥିଲା ବୁଲବୁଲ । ଘଣ୍ଟାକୁ ୧୨ କିମି ବେଗରେ ଉତ୍ତର ଦିଗକୁ ବୁଲବୁଲ ଗତି କରୁଛି ।  ଏବେ ଉପକୂଳ ଓଡ଼ିଶାରେ ୩୫ରୁ ୪୫ କିମି ବେଗରେ ପବନ ବୋହୁଛି ।  କାଲି ସକାଳେ ପବନର ବେଗ ୫୫ରୁ ୭୫ କିମି ପର୍ଯ୍ୟନ୍ତ ବଢିବ ।  କାଲି ଦ୍ୱିପ୍ରହରରୁ ସନ୍ଧ୍ୟା ଯାଏ ପବନର ବେଗ ୭୦ରୁ ୯୦ କିମି ଛୁଇଁବ ।  କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପବନ ହେବ ବୋଲି ଜଣାଯାଇଛି । 

    Maximum 500 characters

    ତାଜା ଖବର View all

    Find Us on Facebook