Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ସହିଦନଗର ଭବାନୀ ମଲ ନିକଟରେ ବିଏମସି ସ୍ପେଶାଲ ସ୍କ୍ୱାଡର ଚଢଉ, ୫୦ ଲକ୍ଷର ପଲିଥିନ ଜବତ

ପୁଲିସ କବଳରୁ ବାଳ ଅପରାଧୀ ଛୁ

୫-ଟି କୃଷି ବିଭାଗ

୫-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ

ତେଲେଙ୍ଗାନା ଏନକାଉଣ୍ଟରର ବିଚାର ବିଭାଗୀୟ ତଦନ୍ତ ନିଦେ୍ର୍ଧଶ

ଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଠାବ

୩୨ ଦାଦନ ଶ୍ରମିକ ଉଦ୍ଧାର

banner

ତାଜା ଖବର

ମୁଖ୍ୟ ଖବର

    ଆସନ୍ତାକାଲିଠାରୁ ପ୍ରବଳ ବର୍ଷିବ

    Share on :
    ajab-Image
    Date: Nov 7, 2019    Views: 645

    1. -ଓଡ଼ିଶା ଉପରେ ପଡ଼ିବ ବାତ୍ୟାର ଆଂଶିକ ପ୍ରଭାବ
       -ଉପକୂଳବର୍ତ୍ତୀ ଜିଲ୍ଲାରେ ୮ରୁ ବର୍ଷା ସମ୍ଭାବନା
       -ଜୋରରେ  ବହିବ ପବନ
      -ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସିଙ୍କ ନିଦେ୍ର୍ଧଶ 
      -ସ୍ଥିତି ମୁକାବିଲାନେଇ ପିଏମଓ ସହ ରାଜ୍ୟ ସରକାରଙ୍କ ସମୀକ୍ଷା
    2.  
    3. ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍‌’ର ପ୍ରଭାବରେ ୯ ତାରିଖରୁ ସାମାନ୍ୟ ବର୍ଷା ନୁହେଁ, ୮ ତାରିଖ ଅର୍ଥାତ୍‌ ଆସନ୍ତାକାଲି ଶୁକ୍ରବାର ଠାରୁ ପୁରୀ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଏବଂ କଟକ ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପୁଣି ୯ ତାରିଖ ଦିନ ଏହି ଜିଲ୍ଲାଗୁଡ଼ିକ ସହ ମୟୂରଭଞ୍ଜ, ବାଲେଶ୍ୱର ଏବଂ ଯାଜପୁର ଜିଲ୍ଲାର କିଛି ଅଞ୍ଚଳରେ ମଧ୍ୟ ପ୍ରବଳ ବୃଷ୍ଟିପାତର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଘଣ୍ଟା ପ୍ରତି ୮୦ ରୁ ୯୦ କିଲୋମିଟର ବେଗରେ ବତାସ ପ୍ରବାହିତ ହେବାର ସମ୍ଭାବନା ରହିଛି। ଏମିତି ବାତ୍ୟାର ପ୍ରଭାବ ୧୦ ତାରିଖ ଯାଏଁ ଉପୂକଳ ଓଡ଼ିଶାରେ ଅନୁଭୂତ ହେବ।

    ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅତି ଉଗ୍ରରୂପ ଧାରଣ କରି ବଙ୍ଗୋପସାଗର ଉପର ଦେଇ ବାଲାଂଦେଶ ଓ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବାକୁ ଥିବା ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ର ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ କେତୋଟି ଜିଲ୍ଲାରେ ଶୁକ୍ରବାର ଠାରୁ ପ୍ରବଳ ବର୍ଷା ବର୍ଷିବା ସହ ଘଣ୍ଟାକୁ ୮୦ ରୁ ୯୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବ ବୋଲି ସଦ୍ୟତମ ସୂଚନାରୁ ଜଣାପଡ଼ିଛି।

    ଗୁରୁବାର ବାତ୍ୟା ‘ବୁଲ୍‌ବୁଲ୍‌’ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟରେ ମନିଟରିଙ୍ଗ୍‌ କରାଯାଇଥିଲା। ଏଥିପାଇଁ କରାଯାଇଥିବା ଭିଡିଓ କନ୍‌ଫରେନ୍‌ସ୍‌ରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି କେ ମିଶ୍ର, ଭାରତୀୟ ପାଣିପାଗ ସଂସ୍ଥାନର ଏମ୍‌ଡି ମୃତ୍ୟୁଞ୍ଜୟ ମହାପାତ୍ର, ପଶ୍ଚିମବଙ୍ଗ ଓ ଆଣ୍ଡାମାନର ମୁଖ୍ୟ ଶାସନ ସଚିବ ଏବଂ ଓଡ଼ିଶାର ଆଇଆର୍‌ସି ପ୍ରଦୀପ ଜେନା ଯୋଗ ଦେଇଥିଲେ।

     

    Maximum 500 characters

    ତାଜା ଖବର View all

    Find Us on Facebook