Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏମିତି ପ୍ରସ୍ତୁତ କରନ୍ତୁ ଦହି ମାଛ

    Share on :
    ajab-Image
    Date: Feb 21, 2021    Views: 2519

    ଆବଶ୍ୟକ ସାମଗ୍ରୀ-
    ମାଛ, ସୋରିଷ ତେଲ, ସୋରିଷ ପାଉଡର, ହଳଦୀ ପାଉଡର, ଜିରା ପାଉଡର, କଂଚାଲଙ୍କା, ପିଆଜ, ଶୁଖିଲା ଲଙ୍କା, ଲୁଣ, ଦହି, ଧନିଆ ପତ୍ର ।

    ପ୍ରସ୍ତୁତି ପ୍ରଣାଳୀ-
    ପ୍ରଥମେ ମାଛକୁ କାଟି ଧୋଇ ଏକ ପାତ୍ରରେ ରଖିବେ । ଏହାପରେ ସେଥିରେ ହଳଦୀ ଓ ଲୁଣ ପକାଇ ଗୋଳାଇବେ । ଏହାପରେ ଗ୍ୟାସ୍‌ରେ କଡେଇ ବସେଇ ସୋରିଷ ତେଲ ପକାଇବେ । ତେଲ ଗରମ ହେବାପରେ, ସେଥିରେ ଗୋଳାଇ ରଖିଥିବା ମାଛ ପକାଇ ଫ୍ରାଏ କରିବେ । ଏହା ଫ୍ରାଏ ହେବାପରେ ମାଛକୁ ତେଲରୁ କାଢି ଏକ ପ୍ଲେଟରେ ରଖିବେ । ତାପରେ କଡେଇରେ ବଳିଥିବା ତେଲରେ ଲୁଣ ଓ କଂଚା ଲଙ୍କା ପକାଇବେ । ଏହାପରେ ସେଥିରେ ପିଆଜ ଓ ଶୁଖିଲା ଲଙ୍କା ପେଷ୍ଟ କରି ସେଥିରେ ପକାଇ ମିକ୍ସ କରିବେ । ଏହାପରେ ସେଥିରେ ହଳଦୀ ଓ ଜିରା ପାଉଡର ପକାଇ ଗୋଳାଇବେ । ତାପରେ ସେଥିରେ ଅଳ୍ପ ସୋରିଷ ପାଉଡର ପକାଇ ମିକ୍ସ କରିବେ । ମନେ ରଖିବେ ସୋରିଷ ପାଉଡର ମିକ୍ସ କରି ସାରିବା ପରେ, ମସଲାକୁ ଅଧିକ ସମୟ କଷିବେ ନାହିଁ । କମ୍ ସମୟ କଷି, ସେଥିରେ ଦହି ପକାଇ ଭଲଭାବେ ମିକ୍ସ କରିବେ । ଦହି ପକାଇବା ପରେ ଆବଶ୍ୟକ ଅନୁଯାୟୀ ପାଣି ମିକ୍ସ କରିବେ । ତାପରେ କିଛି ସମୟ ଏହାକୁ ଫୁଟିବାକୁ ଛାଡିଦେବେ । ଏହା ଫୁଟିବା ପରେ ସେଥିରେ ଫ୍ରାଏ କରି ଥିବା ମାଛ ସେଥିରେ ପକାଇବେ । ଝୋଳ ବହଳିଆ ହେବା ଯାଏଁ, ଗ୍ୟାସ୍‌ରେ ବସେଇବେ । ଏହାପରେ ଗ୍ୟାସ୍ ବନ୍ଦ କରି ଏକ ପାତ୍ରକୁ କାଢିବେ । ପ୍ରସ୍ତୁତ ହୋଇଗଲା ଦହି ମାଛ । ଏବେ ଏହା ଉପରେ କିଛି କଟା ଧନିଆ ପତ୍ର ପକାଇ ଗରମ ଗରମ ଏହାର ମଜା ନେଇ ପାରିବେ ।

    Maximum 500 characters

    ବିଶେଷ View all

    Find Us on Facebook