Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ୧୮୦ ରନର ବିଜୟ ଲକ୍ଷ୍ୟ

    Share on :
    ajab-Image
    Date: Oct 17, 2020    Views: 2948

    ଶାରଜା : ଆଇପିଏଲର ୩୪ ତମ ମ୍ୟାଚରେ ଦିଲ୍ଳୀ ସମ୍ମୁଖରେ ୧୮୦ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଚେନ୍ନାଇ । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଫାଫ ଡୁ ପ୍ଲେସିସ (୫୮) ଏବଂ ଅମ୍ବାତି ରାୟୁଡୁଙ୍କ (୪୫) ଫଳରେ ରନ ସଂଗ୍ରହ କରିଥିଲା । ଡୁପ୍ଲେସିସ ୪୭ ବଲର ସମ୍ମୁଖୀନ ହୋଇ ୬ ଚୌକା ଏବଂ ଦୁଇଟି ଚୌକା ମାରିଥିବା ବେଳେ ରାୟୁଡୁ ୨୫ ବଲ୍ର ସମ୍ମୁଖୀନ ହୋଇ ୧ ଚୌକା ଏବଂ ଚାରି ଛକ୍କା ମାରିଥିଲେ । ତେବେ ଶେଷ ଭାଗରେ ଜାଡେଜାଙ୍କ ୧୩ ବଲ ରନ ୩୩ ସଂଗ୍ରହ କରିବା ଫଳରେ ଦଳ ୧୭୦ ଅତିକ୍ରମ କରିଥିଲା । ଦିଲ୍ଳୀ ପକ୍ଷରୁ ନୋର୍ଜେ୪୪ ରନ ବିନିମୟରେ ୨ଟି ୱିକେଟ ଅକ୍ତିଆର କରିଥିବା ବେଳେ ରବାଡା ଏବଂ ତୁଷାର ଦେଶପାଣ୍ଡେ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ୧୮୦ ରନର ଲକ୍ଷ୍ୟ ଏହି ଧୀମା ପିଚରେ କଷ୍ଟସାଧ୍ୟ ଜଣାପଡୁଥିଲେ ମଧ୍ୟ ଛୋଟ ଗ୍ରାଉଣ୍ଡ ଦିଲ୍ଳୀ ସପକ୍ଷରେ ଯାଇପାରେ ।

    Maximum 500 characters

    ଖେଳ ଖବର View all

    Find Us on Facebook