Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    କ୍ରୋଧ ବଢ଼ାଏ କାର୍ଯ୍ୟଦକ୍ଷତା

    Share on :
    ajab-Image
    Date: Mar 4, 2021    Views: 2415

    କ୍ରୋଧ କାର୍ଯ୍ୟଦକ୍ଷତା ବୃଦ୍ଧି କରିବାରେ ସହାୟକ ହୋଇଥାଏ ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି । ଏହି ଗବେଷଣା କାନାଡ଼ାର ୟୁନିଭର୍ସିଟି ଅଫ ୱାଟରଲୁରେ ହୋଇଥିଲା । ଗବେଷଣାରେ ବିଶେଷଜ୍ଞମାନେ ଦାବି କରିଛନ୍ତି ମନ ପ୍ରଫୁଲ୍ଲ ଥିବା ବେଳେ କାମର ପ୍ରାଥମିକତା ସ୍ଥିର କରିବା ସହଜସାଧ୍ୟ ହୋଇ ନଥାଏ । କୌଣସି କାର୍ଯ୍ୟ ସ୍ଥିର କରିବାକୁ ସଂଘର୍ଷ କରିବାକୁ ପଡେ଼ । କିନ୍ତୁ ଗବେଷଣାର ପ୍ରମୁଖ ବିଶେଷଜ୍ଞ ତଥା ମନୋବିଜ୍ଞାନୀ ପ୍ରଫେସର ତାରା ମ୍ୟାକୱଲଙ୍କ ମତରେ ମନ ଖରାପ ଥିଲେ ଏହି କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଦିଗରେ ସାହାଯ୍ୟ କରିଥାଏ । ଏହା ଦ୍ୱାରା ଲୋକଙ୍କ ଧ୍ୟାନ କେନ୍ଦି୍ରତ କରିବାରେ ସାହାଯ୍ୟ ମିଳିଥାଏ । ଏ ସମୟରେ ଉତ୍ତମ ପ୍ରକି୍ରୟାରେ ସମୟର ପ୍ରବନ୍ଧନ କରାଯାଇପାରେ । ଗବେଷକଙ୍କ ମତରେ ମନ ପ୍ରଫୁଲ୍ଲ ଥିବା ଅବସ୍ଥାରେ ଧ୍ୟାନ ଚାରିଆଡ଼କୁ ଚାଲିଯାଏ । ଅର୍ଥାତ କାମରେ ସଠିକ ଭାବେ ଏକାଗ୍ରତା ଆସିନଥାଏ । ଏହା କାମରେ ବାଧା ସୃଷ୍ଟି କରେ । ଗବେଷଣାରେ ବିଶେଷଜ୍ଞମାନେ ୯୫ ଜଣ ଲୋକଙ୍କୁ ସାମିଲ କରି ଏହି ତଥ୍ୟ ହାସଲ କରିଛନ୍ତି ।

    Maximum 500 characters

    ବିଶେଷ View all

    Find Us on Facebook