Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନାବାଳକକୁ ଟାଣିନେଲା କୁମ୍ଭୀର!

    Share on :
    ajab-Image
    Date: Jun 29, 2020    Views: 3295

    ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ଜଳଭଣ୍ଡାରକୁ ଲାଗିଥିବା ନୀଳା ନାଳୁ ଜଣେ ୧୦ ବର୍ଷ ବାଳକର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି । କୁମ୍ଭୀର ତାର ଗୋଟିଏ ହାତ ଓ ଗୋଟିଏ ଗୋଡ଼ ଖାଇଯାଇଥିବାର ଗାଁଲୋକ ସନେ୍ଦହ କରିଛନ୍ତି । କାରଣ ସେହି ନାଳରେ ବହୁବାର କୁମ୍ଭୀରକୁ ଦେଖିଥିଲେ ଗାଁ ଲୋକେ । ମୃତ ବାଳକ ଅପରେଟର କଲୋନୀ ନିକଟ ଜଲାସାହିର ଅର୍ଜ୍ଜୁନ ମାଝୀଙ୍କ ପୁଅ କୈଳାସ । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଛି । ପୁଲିସ ସୂଚନା ଅନୁଯାୟୀ, ଶନିବାର ପୂର୍ବାହ୍ନରେ କୈଳାସ ଗାଧୋଇବା ଲାଗି ନୀଳା ନାଳକୁ ଯାଇଥିଲା । ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ରବିବାର ସକାଳେ ନାଳ ପାଶ୍ୱର୍ରେ ଖୋଜାଖୋଜି ସମୟରେ କୈଳାସଙ୍କ କ୍ଷତବିକ୍ଷତ ମୃତଦେହ ଭାସୁଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ । ଚିତ୍ରକୋଣ୍ଡା ଥାନା ଅଧିକାରୀ ଯୁଗଳ ଶବର ଓ ଚିତ୍ରକୋଣ୍ଡା ବନପାଳ ମୃତୁ୍ୟଞ୍ଜୟ ସେଠି ପହଞ୍ଚି ଶବ ଜବତ କରିଥିଲେ । କୈଳାସ ମୃତୁ୍ୟରେ ଜଳାସାହିରେ ଶୋକର ଛାୟା ଖେଳିଯାଇଛି । ମୃତ ବାଳକର ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟଲୋକେ ଦାବି କରିଛନ୍ତି ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook