Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୁଅ, ଝିଅଙ୍କୁ ମାରି ବ୍ୟବସାୟୀଙ୍କ ହତ୍ୟା

    Share on :
    ajab-Image
    Date: Feb 11, 2020    Views: 4671

    ନୂଆଦିଲ୍ଲୀ: ବିଷାଦ ଭାରତୀୟଙ୍କ ପାଇଁ କାଳ ହୋଇଛି । ପ୍ରତିଦିନ ବିଷାଦ ପାଇଁ ଭାରତର ବିଭିନ୍ନ ରାଜ୍ୟରେ ଆତ୍ମହତ୍ୟା ଖବର ମିଳୁଛି । ଦିଲ୍ଲୀର ଶାଲିମାର ବାଗ୍ ଅଞ୍ଚଳରେ ଏମିତି ଏକ ଘଟଣା ଘଟିଛି । ବିଷାଦ ଯୋଗୁଁ ଜଣେ ବ୍ୟବସାୟୀ ତାଙ୍କର ୨ ଜଣ ନାବାଳକ ପୁଅ ଏବଂ ଝିଅଙ୍କୁ ହତ୍ୟା କରିବାପରେ ନିଜେ ଆତ୍ମହତ୍ୟା କରିଦେଇଛନ୍ତି । ଦିଲ୍ଲୀ ପୁଲିସ ଦ୍ୱାରା ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ବିଷାଦ ଯୋଗୁଁ ୪୪ ବର୍ଷୀୟ ମଧୁର ମଲାନୀ ତାଙ୍କ ଦୁଇ ପୁଅ, ଝିଅଙ୍କୁ ଘରେ ମାରିବାପରେ ନିଜେ ଏକ ମେଟ୍ରୋ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ପୁଲିସ ସୂଚନାନୁଯାୟୀ ମଧୁର ମଲାନୀ ବିଷାଦରେ ପୀଡ଼ିତ ଥିଲେ । ଗତ ୬ ମାସ ଧରି ତାଙ୍କ ବାଲି କାଗଜ କମ୍ପାନି ବନ୍ଦ ହୋଇଯାଇଥିବାରୁ ସେ ଏହାକୁ କେମିତି ପୁଣି ଆରମ୍ଭ କରିବେ ସେନେଇ ଚିନ୍ତାରେ ଥିଲେ । କମ୍ପାନି ବନ୍ଦ ପରଠାରୁ ମଧୁର ତାଙ୍କ ବାପା ମା'ଙ୍କ ଉପରେ ନିର୍ଭର କରୁଥିଲେ । ଅତ୍ୟନ୍ତ ଚାପଗ୍ରସ୍ତ ହୋଇ ସେ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି । ମଧୁରଙ୍କ ପତ୍ନୀ ରୂପାଲି ଘରେ ନଥିବାବେଳେ ମଧୁର ତାଙ୍କ ଦୁଇ ପୁଅ, ଝିଅଙ୍କୁ ମାରି ଦେଇଥିଲେ । ପରେ ସେ ନିଜେ ଦିଲ୍ଲୀ ମେଟ୍ରୋର ୟେଲୋ ଲାଇନରେ ମେଟ୍ରୋ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ । ତେବେ ରୂପାଲି ଆସି ଘରେ ପହଞ୍ଚିବାପରେ ନିଜ ପିଲାମାନଙ୍କୁ ମରି ପଡ଼ିଥିବାର ଦେଖି ପୁଲିସରେ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଥିଲା । ପରେ ମଧୁର ମଲାନୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପୁଲିସ ଅନୁଯାୟୀ ମଧୁର ପ୍ରଥମେ ତାଙ୍କ ପିଲାଙ୍କୁ ଅପରାହ୍ନରେ ମାରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ । ପୁଲିସ ଏନେଇ ଆଇପିସି ଅଧୀନରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook