ମୁଖ୍ୟ ଖବର
ସିଡ଼ନୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ଡ୍ରରେ ଶେଷ ହୋଇଛି । ବର୍ତମାନ ପର୍ଯ୍ୟନ୍ତ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟ ଲାଭ କରିଛନ୍ତି । ତେବେ ଏସବୁ ମଧ୍ୟରେ ଏବେ ଅଷ୍ଟ୍ରେଲିଆ କ୍ୟାପଟେନ ଟିଗ ପେନ ଓ ଭାରତୀୟ ବୋଲର ରବିଚନ୍ଦ୍ର ଅଶ୍ୱିନୀଙ୍କ କଳିକୁ ନେଇ ଚର୍ଚ୍ଚା ଜୋରଧରିଛି ।
ଭାରତ ୫ ୱିକେଟ ହରାଇ ୩୧୯ ରନ କରିଥିଲା । ରବିଚନ୍ଦ୍ର ଅଶ୍ୱିନୀ ଓ ହନୁମା ବିହାରୀ କ୍ରିଜରେ ଥିଲେ । କିନ୍ତୁ ଅଷ୍ଟ୍ରେଲିଆ ବୋଲର ଯେତେ ଚେଷ୍ଟା କଲେବି ଉଭୟଙ୍କୁ ଆଉଟ କରିପାରିନଥିଲେ । ଫଳରେ କଙ୍ଗାରୁ ଦଳ ସ୍ଲେଜିଂ ଆରମ୍ଭ କରିବାକୁ ଯୋଜନା କରିଥିଲେ । ଅଶ୍ୱିନୀଙ୍କ ଧ୍ୟାନ ଭଙ୍ଗ କରିବା ନିମନ୍ତେ ଅଷ୍ଟ୍ରେଲିଆ କ୍ୟାପଟେନ ଟିଗ ପେନ କହିଥିଲେଯେ, ଏବେ ଗାବା ଟେଷ୍ଟ ପାଇଁ ଆଉ ଅଧିକ ଅପେକ୍ଷା କରିବାକୁ ହେବ ନାହିଁ । କିନ୍ତୁ ଅଶ୍ୱିନୀ ଏହାର ଜବାବ ଦେଇଥିଲେ । ସେ କହିଥିଲେଯେ, ଭାରତରେ ତମକୁ ଦେଖିବା ପାଇଁ ଅପେକ୍ଷା କରିଛୁ । ସେଇଟା ହିଁ ତୁମର ଶେଷ ସିରିଜ ହେବ ।
ଖାଲି ପେନ ନୁହେଁ, ଅଷ୍ଟ୍ରେଲିଆର ପ୍ରାୟ ସବୁ ଖେଳାଳୀ ଅଶ୍ୱିନୀ ଓ ବିହାରୀଙ୍କୁ ହଇରାଣ କରିବାକୁ ପ୍ରୟାସ କରିଥିଲେ । ସର୍ଟ ଲେଗରେ ମୈଥୁ୍ୟ ୱେଡ଼ଙ୍କ ଆଡ଼କୁ ଅଶ୍ୱିନୀ ଯେତେବେଳେ ବ୍ୟାଟିଂ କଲେ ସେ ମଧ୍ୟ ସ୍ଲେଜିଂ କରିଥିଲେ । ଏମିତିିକି ଜାଣିଶୁଣି ଅଶ୍ୱିନୀଙ୍କୁ ଅପମାନିତ କରିବାକୁ ଚେଷ୍ଟା କରିଥିଲେ ଅଷ୍ଟ୍ରେଲିୟ ଖେଳାଳୀ ।
Comments ସମସ୍ତ ମତାମତ