Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ଭାରତ ଇଂଲଣ୍ଡ ଦ୍ୱିତୀୟ ଦିନିକିଆ

    Share on :
    ajab-Image
    Date: Mar 26, 2021    Views: 3003


    : ଆଜି ଭାରତ ଇଂଲଣ୍ଡ ଦ୍ୱିତୀୟ ଦିନିକିଆ । ଖେଳାଯିବାକୁ ଥିବା ଦ୍ବିତୀୟ ଦିନିକିଆରେ ବିଜୟୀ ହୋଇପାରିଲେ କୋହଲି ବାହିନୀ କେବଳ ଶୃଙ୍ଖଳା ଜିତିବନି ଶକ୍ତିଶାଳୀ ଇଂଲଣ୍ଡକୁ ମୂଳପୋଛ ବି କରିପାରିବ । କାରଣ ପୂର୍ବରୁ ଖେଳାଯାଇଥିବା ଟେଷ୍ଟ୍ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ନିଜ ନାଁରେ କରି ନେଇଛି ଟିମ୍ ଇଣ୍ଡିଆ। ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର ଆହତ ହୋଇ ‌ଶେଷ ଦୁଇ ଦିନିକିଆରୁ ବାଦ୍ ପଡ଼ିବା ପରେ ନିକଟରେ ଟ୍ବେଣ୍ଟି-୨୦ ପଦାର୍ପଣ କରିଥିବା ମୁମ୍ବାଇର ପ୍ରତିଭାବାନ ଖେଳାଳି ସୂର୍ୟ୍ୟକୁମାର ଯାଦବ ଆସନ୍ତାକାଲି ହିଁ ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟ୍ ଜୀବନ ଆରମ୍ଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି।
    ପ୍ରଥମ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଦୁଇ ନବାଗତ ତାରକା କ୍ରୁନାଲ ପାଣ୍ଡ୍ୟା ଓ ପ୍ରସିଦ୍ଧକୃଷ୍ଣ ମଧ୍ୟ ପୁଣି ଥରେ ସୁ‌ଯୋଗ ପାଇବେ । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ଫର୍ମକୁ ଫେରି ସାରିବାର ସଙ୍କେତ ପ୍ରଥମ ମ୍ୟାଚ୍‌ରେ ଦେଇ ସାରିଛନ୍ତି । ରୋହିତ ଶର୍ମାଙ୍କ କହୁଣୀରେ ଆଘାତ ଲାଗିବା ପରେ ପ୍ରଥମ ମ୍ୟାଚ୍‌ର ଇଂଲଣ୍ଡ ପାଳିରେ ସେ କ୍ଷେତ୍ରରକ୍ଷଣ କରି ପାରି ନଥିଲେ । ତେବେ ଶୁକ୍ରବାର ମ୍ୟାଚ୍‌ ଲାଗି ସେ ସୁସ୍ଥ ଥିବାର ସଙ୍କେତ ମିଳିଛି । ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବଙ୍କ ସ୍ଥାନ କିନ୍ତୁ ଲେଗ୍‌ସ୍ପିନର ୟୁଜବେନ୍ଦ୍ର ଚହଲ ନେଇ ପାରନ୍ତି ।

    ଅନ୍ୟପକ୍ଷରେ ପ୍ରତିପକ୍ଷ ଇଂଲଣ୍ଡ ଜିତିବା ସ୍ଥିତିରେ ଥାଇ ହାରିବା ପରେ ଦ୍ବିତୀୟ ମ୍ୟାଚ୍‌ରେ ବିଜୟ ଧାରାକୁ ଫେରିବା ସହ ଶୃଙ୍ଖଳା ବଞ୍ଚାଇବା ଲକ୍ଷ୍ୟରେ ରହିବ। ଅଧିନାୟକ ଇଅନ ମୋର୍ଗାନ ଓ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ସାମ୍ ବିଲିଙ୍ଗ୍ସ ପୂରା ସୁସ୍ଥ ନରହିବା ଏହି ଦଳ ପାଇଁ ଚିନ୍ତାର କାରଣ ହୋଇପାରେ । ପ୍ରଥମ ମ୍ୟାଚ୍‌ରେ ଜୋସ୍ ବଟଲର ଓ ଜନି ବେୟାରଷ୍ଟୋଙ୍କ ଧମାକାଦାର ବ୍ୟାଟିଂ ସତ୍ତ୍ବେ ମଧ୍ୟକ୍ରମ ବିଫଳତା ପାଇଁ ବୃହତ୍ ପରାଜୟର ସମ୍ମୁଖୀନ ହୋଇଥିଲା ଇଂଲଣ୍ଡ । ଦ୍ବିତୀୟ ମ୍ୟାଚ୍‌ରେ ଏହି ଭୁଲ ସୁଧାରି ପାରିଲେ ହିଁ ଭାରତର ବିଜୟ ରଥକୁ ରୋକି ପାରିବ ଏହି ଦଳ ।

    Maximum 500 characters

    ଖେଳ ଖବର View all

    Find Us on Facebook