Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କ୍ରିକେଟକୁ ଅଲବିଦା କହିଲେ ଏହି ଦୁଇ ଖେଳାଳି

    Share on :
    ajab-Image
    Date: Feb 27, 2021    Views: 4124

    ନୂଆଦିଲ୍ଲୀ: ଦୁଇ ପୂର୍ବତନ ଭାରତୀୟ କ୍ରିକେଟର ଯୁସୁଫ ପଠାନ ଏବଂ ବିନୟ କୁମାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ୨୦୦୭ ଟି-୨୦ ଏବଂ ୨୦୧୧ ଏକଦିବସୀୟ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ଥିବା ଯୁସୁଫ ନିଜର ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିବା କଥା ଉଲେଖ କରିଛନ୍ତି । ଯୁସୁଫ ପଠାନ ଭାରତ ପକ୍ଷରୁ ୫୭ ଟି ଏକଦିବସୀୟ ମ୍ୟାଚ ଏବଂ ୨୨ ଟି ଟି -୨୦ ମ୍ୟାଚ ଖେଳିଛନ୍ତି ।

    ସେହିପରି ଦ୍ରୁତ ବୋଲର ବିନୟ କୁମାର ଭାରତ ପକ୍ଷରୁ ଗୋଟିଏ ଟେଷ୍ଟ, ୯ଟି ଟି -୨୦ ଏବଂ ୩୧ ଟି ଏକଦିବସୀୟ ମ୍ୟାଚ ଖେଳିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ୫୦୦ ରୁ ଉର୍ଦ୍ଧ ୱିକେଟ ହାସଲ କରିଛନ୍ତି ବିନୟ କୁମାର । ତାଙ୍କ ଅଧୀନରେ କର୍ଣ୍ଣାଟକ ରଣଜୀ ଟିମ ରଣଜୀ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫି ଜିତିଛି । ବିଭିନ୍ନ ଟିମ ପକ୍ଷରୁ ଯୁସୁଫ ପଠାନ ୧୨ ଟି ଆଇପିଏଲ ସିଜିନ ଖେଳିଥିବା ବେଳେ ବିନୟ କୁମାର ୧୧ ଟି ଖେଳିଛନ୍ତି । ୟୁସୁଫ ପଠାନ ଶେଷଥର ପାଇଁ ୨୦୧୨ ମସିହାରେ ଭାରତ ପକ୍ଷରୁ ଖେଳିଥିବା ବେଳେ ବିନୟ କୁମାର ୨୦୧୩ ରେ ଶେଷଥର ପାଇଁ ଭାରତ ପକ୍ଷରୁ ଖେଳିଥିଲେ ।

    Maximum 500 characters

    ଖେଳ ଖବର View all

    Find Us on Facebook