Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଜିତିଗଲା ଭାରତ

    Share on :
    ajab-Image
    Date: Feb 25, 2021    Views: 3809

    ଭୁବନେଶ୍ୱର : ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ବାଜିମାତ କରିଛି ! ଇଂଲଣ୍ଡ‌ ୪୯ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଭାରତ ୧୦ ‌ଓ୍ବିକେଟରେ ବିଜୟ ଲାଭ କରିଛି ! ଅପରପକ୍ଷରେ ଦମଦାର ବୋଲିଂ କରିଥିବା ଅକ୍ଷର ପଟେଲ ମ୍ୟାନ ଅଫ ଦ ମ୍ୟାଚ ହୋଇଛନ୍ତି ! ପୁଣି ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ୱିନୀ କରିଛନ୍ତି ଧମାକାଦାର ବୋଲିଂ । ଯେଉଁଥିପାଇଁ ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ମାତ୍ର ୮୧ ରନରେ ଅଟକି ଯାଇଛି । ଫଳରେ ଭାରତ ପାଇଁ ମାତ୍ର ୪୯ ରନର ଟାର୍ଗେଟ ରହିଛି । ଅକ୍ଷର ପଟେଲ ୫ଟି ୱିକେଟ ନେଇଥିବାବେଳେ ଅଶ୍ୱିନୀ ୪ଟି ୱିକେଟ ନେଇଛନ୍ତି । ଯେତେବେଳେକି ସୁନ୍ଦର ଗୋଟିଏ ୱିକେଟ ନେବାରେ ସମର୍ଥ ହୋଇଛନ୍ତି । ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ବି ଇଂଲଣ୍ଡର ପାଳି ଭୁଷୁଡ଼ି ଯାଇଥିଲା । ଜାକ କ୍ରଲି ୦, ସିବଲେ ୭, ବେଆରଷ୍ଟୋ ୦, ରୁଟ ୧୯, ଷ୍ଟୋକସ ୨୫, ପୋପ ୧୨, ଫୋକସ ୮, ଆର୍ଚର ୦, ଲିଚ ୯ ଓ ଆଣ୍ଡରସନ ୦ରେ ଆଉଟ ହୋଇଯାଇଛନ୍ତି । ଇଂଲଣ୍ଡ ପ୍ରଥମ ଇନିଂସରେ ୧୧୨ ରନ କରିଥିବାବେଳେ ଭାରତ ପ୍ରଥମ ଇନିଂସରେ ୧୪୫ ରନ କରିଥିଲା । ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ମାତ୍ର ୮୧ ରନ କରିବାରୁ ଭାରତକୁ ମାତ୍ର ୪୯ ରନର ଛୋଟିଆ ଟାର୍ଗେଟ ମିଳିଛି ।

    Maximum 500 characters

    ଖେଳ ଖବର View all

    Find Us on Facebook