Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଭାରତକୁ ଇଂଲଣ୍ଡର ବିଶାଳ ଟାର୍ଗେଟ ୪୨୦, ଆଜି ଖେଳ ସୁଦ୍ଧା ୩୯/୧

    Share on :
    ajab-Image
    Date: Feb 8, 2021    Views: 3420

    ଚେନ୍ନାଇ : ଭାରତ ଆଗରେ ଇଂଲଣ୍ଡ ଏକ ବିଶାଳ ଟାର୍ଗେଟ ରଖିଛି  । ଆଉ ଗୋଟିଏ ଦିନ ହାତରେ ଥିବାବେଳେ ଭାରତ ପାଇଁ ବିଜୟ ଟାର୍ଗେଟ ୪୨୦ ରହିଛି  । ଗୋଟିଏ ଦିନରେ ଏଭଳି ବିଶାଳ ଲକ୍ଷ୍ୟ ହାସଲ କରିବା କଷ୍ଟକର ହୋଇଥିବାବେଳେ ମ୍ୟାଚ ଡ୍ର ରଖିବା ପାଇଁ କାଲି ଦିନ ସାରା ଭାରତୀୟ ଟିମକୁ କ୍ରିଜରେ ତିଷ୍ଠି ରହିବାକୁ ପଡ଼ିବ  ।

    ପ୍ରଥମ ଇନିଂସରେ ଇଂଲଣ୍ଡ ପ୍ରଭାବୀ ପ୍ରଦର୍ଶନ କରିଥିଲା  । ରୁଟଙ୍କ ଦ୍ୱିଶତକ ବଳରେ ଇଂଲଣ୍ଡ ପ୍ରଥମ ଇନିଂସରେ ୫୭୮ ରନ କରିଥିଲା  । କିନ୍ତୁ ଭାରତୀୟ ଦଳ ମାତ୍ର ୩୩୭ ରନରେ ଅଟକି ଯାଇଥିଲା  । ତେବେ ଇଂଲଣ୍ଡ ଭାରତକୁ ଫଲୋଅନ ନଦେଇ ଦ୍ୱିତୀୟ ଇନିଂସ ଖେଳିଥିଲା  । ଦ୍ୱିତୀୟ ଇନିଂସରେ ଭାରତୀୟ  ବୋଲରମାନେ ପ୍ରଭାବୀ ବୋଲିଂ କରିବାରୁ ଇଂଲଣ୍ଡ ମାତ୍ର ୧୭୮ ରନରେ ଅଟକି ଯାଇଥିଲା  । କିନ୍ତୁ ପ୍ରଥମ ଇନିଂସରେ ବିପୁଳ ଅଗ୍ରଣୀ ହାସଲ କରିଥିବାରୁ ଭାରତ ପାଇଁ ୪୨୦ ରନର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି  ।

    ୪୨୦ ରନର ପିଛା କରି ଭାରତ ଗୋଟିଏ ୱିକେଟ ହରାଇ ୩୯ ରନ କରିଛି  । ଭାରତୀୟ ଓପନର ରୋହିତ ଶର୍ମା ମାତ୍ର ୧୨ ରନ କରି ଆଉଟ ହୋଇଯାଇଛନ୍ତି  । 

    ସୂଚନାଯୋଗ୍ୟଯେ, ଇଂଲଣ୍ଡ ଦ୍ୱିତୀୟ ଇନିଂସରେ କ୍ୟାପଟେନ ରୁଟ ହିଁ ୪୦ ରନ କରିପାରିଥିଲେ  । ଯେତେବେଳେକି ସିବଲି ୧୬, ଲରେନ୍ସ ୧୮, ପୋପ ୨୮, ବଟଲର ୨୪, ବେସ ୨୫ ରନ କରିଥିଲେ  । ଅନ୍ୟ ବ୍ୟାଟ୍ସମ୍ୟାନମାନେ ଦୁଇ ଅଙ୍କ ବି ଛୁଇଁ ପାରିନଥିଲେ  ।

    ଭାରତ ପକ୍ଷରୁ ରବୀଚନ୍ଦ୍ର ଅଶ୍ୱିନୀ ୬ଟି ୱିକେଟ ନେଇଥିବାବେଳେ, ନଦିମ ୨ଟି ଓ ଈଶାନ୍ତ ଶର୍ମା ଏବଂ ବୁମରାହ ଗୋଟିଏ ଲେଖାଏଁ ୱିକେଟ ନେଇ ଇଂଲଣ୍ଡକୁ ଅଟକାଇ ପାରିଥିଲେ  ।

    Maximum 500 characters

    ଖେଳ ଖବର View all

    Find Us on Facebook