Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କ୍ରିକେଟକୁ ନେଇ ପଣ୍ଟିଂଙ୍କୁ ଟ୍ରୋଲ କଲେ ସେହବାଗ

    Share on :
    ajab-Image
    Date: Jan 12, 2021    Views: 3226

    ନୂଆଦିଲ୍ଲୀ: ସିଡନି ଟେଷ୍ଟ ଉକ୍ରଣ୍ଠାପୂର୍ଣ୍ଣ ଭାବେ ଅମୀମାଂସିତ ରହିବା ପରେ ଋଷବ ପନ୍ତଙ୍କ ଏକ ସ୍କି୍ରନ ସଟରେ ସୋମବାର ଚର୍ଚ୍ଚାରେ ରହିଛି । ଯେଉଁ ପୁରୁଣା ଫଟୋଟିରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ପଛ ପାଖରେ ବସିଥିବା ପନ୍ତ ପ୍ରସନ୍ନ ବଦନରେ ପ୍ରଶ୍ନବାଚୀ ନଜରରେ ରହିଛନ୍ତି । ପନ୍ତଙ୍କ ସାହସିକ ୯୭ ରନ ପରେ ଭାରତକୁ ବିଜୟ ତୁଲ୍ୟ ଡ୍ର’ ମିଳିଥିବାରୁ ଏହି ସମୟୋପଯୋଗୀ ଫଟୋ ଛାଡି ପଣ୍ଟିଂକୁ ପରୋକ୍ଷରେ ଚିଡାଇଛନ୍ତି ସେହବାଗ । ଚିଡାଇବାର କାରଣ ହେଉଛି ପଣ୍ଟିଂ ଚାନେଲ ୭ ପାଇଁ ଭାଷ୍ୟକାର ଦାୟିତ୍ୱ ତୁଲାଉଥିବା ବେଳେ କହିଥିଲେ ‘ଭାରତ ଦ୍ୱିତୀୟ ପାଳିରେ ୨୦୦ ରନ ବି କରିପାରିବ ନାହିଁ । ଭାରତ କିନ୍ତୁ ୩୩୪/୫ ସ୍କୋର କରି ଅଷ୍ଟ୍ରେଲିଆକୁ ବିଜୟରୁ ବଞ୍ଚିତ ରଖିଥିଲା । ସୂଚନା ଯୋଗ୍ୟ ପଣ୍ଟିଂ ପନ୍ତଙ୍କ ଏହି ଚର୍ଚ୍ଚିତ ଫଟୋଟି ଆଇପିଏଲ ବେଳର । ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ପନ୍ତ ଖେଳୁଥିବା ବେଳେ ପଣ୍ଟିଂ ଏହାର ମୁଖ୍ୟ ପ୍ରଶିକ୍ଷକ ଥିଲେ ।

    Maximum 500 characters

    ଖେଳ ଖବର View all

    Find Us on Facebook