Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବିପିନ ବିହାରୀ କ୍ରିକେଟ ଟୁର୍ଣ୍ଣାମେଂଟ : ମଳିପଡ଼ା ଚାମ୍ପିଅନ

    Share on :
    ajab-Image
    Date: Jan 11, 2021    Views: 2924

    ଭୁବନେଶ୍ୱର : ବିପିନ ବିହାରୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି  । ବାରଘର ପାଟଣାକୁ ପରାସ୍ତ କରି ଚାମ୍ପିଅନ ହୋଇଛି ମଳିପଡ଼ା  । ଡକ୍ଟର ବିଜୟ କୁମାର ସୁନ୍ଦରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଯାପନୀ ମହୋତ୍ସବରେ ମୁଖ୍ୟଅତିଥି ଭାବେ ପ୍ରକାଶ ବିଜୁଳି, ମୁଖ୍ୟବକ୍ତା ଭାବେ ରାମଚଣ୍ଡୀ ପ୍ରସାଦ ରଣସିଂହ, ସମ୍ମାନୀତ ଅତିଥି ଭାବେ ଯଜେ୍ଞଶ୍ୱର ସୁନ୍ଦରାୟ, ରବୀନ୍ଦ୍ର ରାଉତରାୟ, କରୁଣାକର ଦଳସିଂହରାୟ ଓ ଦାଶରଥି ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ  ।
     
    ରାମଚଣ୍ଡୀ କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ମଳିପଡ଼ା ଓ ବାରଘର ପାଟଣା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା  । ପ୍ରଥମେ ଟସ ଜିଣି ମଳିପଡ଼ା ଟିମ ଭଲ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୯୨ ରନ କରିଥିଲା  । ଅପରପକ୍ଷରେ ୧୯୩ ରନ ବିଜୟ ଲକ୍ଷ୍ୟର ପିଛା କରି ୧୫୩ ରନରେ ଅଟକି ଯାଇଥିଲା ବାରଘର ପାଟଣା ଟିମ  । ଫାଇନାଲ ମ୍ୟାଚରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ପଶ୍ଚିମା ମ୍ୟାନ ଅଫ ଦ ମ୍ୟାଚ ହୋଇଥିବାବେଳେ ମ୍ୟାନ ଅଫ ଦ ସିରିଜ ହୋଇଥିଲେ ଜ୍ୟୋତିରଂଜନ ସାହୁ  । 

    Maximum 500 characters

    ଖେଳ ଖବର View all

    Find Us on Facebook