ମୁଖ୍ୟ ଖବର
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇର ତନୁପୁର ଖେଳପଡିଆରେ ଆୟୋଜିତ ଏକ କ୍ରିକେଟ ଟୁର୍ଣ୍ଣକ୍ଷମେଣ୍ଟର ଫାଇନାଲ ମ୍ୟାଚରେ ମା ତାରିଣୀ କ୍ରିକେଟ କ୍ଲବ ଏବଂ ନୂଆପାଟଣା କ୍ଲବ ମଧ୍ୟରେ ଏକ ରୋମାଞ୍ଚକର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ଉଭୟ ଦଳ ୪୩ ରନ କରିଥିବାବେଳେ ସୁପରଓଭରରେ ମା ତାରିଣୀ କ୍ଲବ ବାଜିମାତ କରି ଚାମ୍ପିଅନ ହୋଇଛି । । ଫାଇନାଲ ମ୍ୟାଚର ମୁଖ୍ୟ ଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବଚରଣ ସାହୁ, ପଟ୍ଟାମୁଣ୍ଡାଇ ଥାନା ଭାରପ୍ରାପ୍ତ ଅଧିକାରୀ ରାକେଶ ତ୍ରିପାଠୀ, ନଗର ବିଜେଡି ସଭାପତି ମିଟୁ ମନୋଜ ନାୟକ, ସ୍ଥାନୀୟ କାଉନସିଲର କିଶୋର ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳୀଙ୍କ ମନୋବଳ ବଢ଼ାଉଥିବା ନଜର ଆସିଥିଲା ।
ରିପୋର୍ଟ:- ସୌମ୍ୟରଞ୍ଜନ ଗିରି
Comments ସମସ୍ତ ମତାମତ