ମୁଖ୍ୟ ଖବର
ସମ୍ବଲପୁର: ରବିବାର ବିଳମ୍ବିତ ରାତିରେ ଭିମସାର କୋଭିଡ ହସ୍ପିଟାଲ ପରିସରରେ ଜଣେ ମହିଳା ରୋଗୀଙ୍କୁ କୁକର୍ମ ଉଦ୍ୟମ ହେବା ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଡାକ୍ତରଖାନା କର୍ମଚାରୀ ବଳାକ୍ରାର ଉଦ୍ୟମ କରିଥିବା ଉକ୍ତ ରୋଗୀଙ୍କୁ କାବୁ କରି ପୁଲିସରେ ସୂଚନା ଦେଇଥିଲେ । ଘଟଣା ସମ୍ପର୍କରେ ବୁର୍ଲା ଥାନା ଅଧିକାରୀ ବି.ବି ଭୋଇଙ୍କୁ ପଚାରିବାରେ ଉକ୍ତ ମହିଳା ରୋଗୀଙ୍କୁ ଦୁର୍ବ୍ୟବହାର ହୋଇଥିବା ନେଇ ଅଭିଯୋଗ ହୋଇଥିବା କହିଥିଲେ । ସେପଟେ ଡା.ଗୌରହରି ପ୍ରଧାନଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଉଥିବା ନେଇ ଥାନାର ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଭୀମସାର କୋଭିଡ ହସ୍ପିଟାଲର ଚତୁର୍ଥ ୟୁନିଟରେ କଳାହାଣ୍ଡି ଜିଲ୍ଲା ଜଣେ ମହିଳା ରୋଗୀ ଭର୍ତ୍ତି ହୋଇଥିଲେ । ଏହି ୟୁନିଟରେ ଝାରସୁଗୁଡା ଜିଲ୍ଲାର ଜଣେ ଯୁବକ ମଧ୍ୟ ଚିକିତ୍ସାଧୀନ ଅଛନ୍ତି । ରବିବାର ବିଳମ୍ବିତ ରାତିରେ ଉକ୍ତ ମହିଳା ରୋଗୀ ବେଡରେ ଶୋଇଥିବା ସମୟରେ ଝାରସୁଗୁଡ଼ାର ଉକ୍ତ ଯୁବକ ମହିଳାଙ୍କୁ ବଳାକ୍ରାର ଉଦ୍ୟମ କରିଥିଲେ । କେହି କିଛି ବୁଝିବା ଆଗରୁ ପୂର୍ବରୁ କଥା ବେଶ ଆଗକୁ ବଢ଼ି ଯାଇଥିଲା । ମହିଳାଙ୍କ ଚିକ୍ରାର ଶୁଣି ଡୁ୍ୟଟିରେ ଥିବା କର୍ମଚାରୀ ପହଞ୍ଚି ଯୁବକଙ୍କୁ କାବୁ କରିଥିଲେ । ତାଙ୍କ ମାନସିକ ଅବସ୍ଥା ସ୍ଥିର ନଥିବାରୁ ତାଙ୍କୁ ବେଡରେ ବାନ୍ଧି ରଖିବା ସହ ନିଶ୍ଚେତକ ଶୁଆଇ ଦିଆଯିବା ପରେ ପୁଲିସକୁ ସୂଚନା ଦିଆଯାଇଥିଲା ।
Comments ସମସ୍ତ ମତାମତ