Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    କୋଭିଡ ରୋଗୀଙ୍କ ଚିକିତ୍ସା ତଦାରଖ ପାଇଁ ଜିଲ୍ଲାସ୍ତରୀୟ କମିଟି

    Share on :
    ajab-Image
    Date: Oct 12, 2020    Views: 3211

    ଭୁବନେଶ୍ୱର : ଜିଲ୍ଲାସ୍ତରରେ ଥିବା ସରକାରୀ ଓ ବେସରକାରୀ ମିଳୁଥିବା ଚିକିତ୍ସା ସୁବିଧାର ଗୁଣାତ୍ମକ ଦିଗ ଯାଞ୍ଚ କରିବ ଜିଲ୍ଲାସ୍ତରୀୟ କମିଟି  । ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିଦେ୍ର୍ଧଶନାମା ଜାରି କରିଛନ୍ତି । ଏଡିଏମ ପାହ୍ୟାର ଅଧିକାରୀ ଏହି କମିଟିର ମୁଖ୍ୟ ଭାବେ କାର୍ଯ୍ୟ କରିବେ  । କମିଟିରେ ଜିଲ୍ଲା ସିଡିଏମଓ, ଜନସ୍ୱାସ୍ଥ୍ୟ ଅଧିକାରୀ ଓ ଆଇସିୟୁ ପ୍ରଶିକ୍ଷିତ ପ୍ରାପ୍ତ ଜଣେ ଡାକ୍ତର ଯିଏ କି ରୋଗୀର ଚିକିତ୍ସାରେ ନିୟୋଜିତ ଥିବେ ସଦସ୍ୟ ରହିବେ । ମହାନଗର ଅଞ୍ଚଳରେ ବି କମିଟି କୋଭିଡ ରୋଗୀକୁ ମିଳୁଥିବା ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ଅଡିଟ କରିବ । ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବାରେ କିଛି ବି ସମସ୍ୟା ଥାଏ ତା ହେଲେ ଏହି କମିଟି ସୁପାରିସ ଅନୁଯାୟୀ ଚିକିତ୍ସା ସେବାରେ ଉନ୍ନତି ଅଣାଯିବ ବୋଲି ନିଦେ୍ର୍ଧଶ ଦିଆଯାଇଛି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook