Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଘରେ ପହଁଚିବ ଦେଶୀ ମଦ

    Share on :
    ajab-Image
    Date: Jun 30, 2020    Views: 3437

    ଭୁବନେଶ୍ୱର: ଏଥର ଘରେ ପହଞ୍ଚିବ ଦେଶୀ ମଦ । ଗୋଟିଏ ଫୋନ୍ କଲରେ ବିଭିନ୍ନ ବ୍ରାଣ୍ଡର ଦେଶୀ ମଦ ପାଇପାରିବେ ଗ୍ରାହକ । କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶୀ ମଦ ହୋମ୍ ଡେଲିଭରି ପାଇଁ ନିଷ୍ପତ୍ତିନେଇଛନ୍ତି ରାଜ୍ୟ ସରକାର । ଆଜି ଠୁଏମିତି ମଦ ବିକି୍ର ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

    ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ବିଦେଶୀ ମଦ ଭଳି ଏଥର ହୋମ୍ ଡେଲିଭରି ଯୋଗେ ଦେଶୀ ମଦ ବିକାଯିବ । ପ୍ରତିଦିନ ସକାଳୁ ୭ ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଏହି ହୋମ୍ ଡେଲିଭରି ଜାରି ରହିବ । ରାଜ୍ୟରେ ଥିବା ଲାଇସେନ୍ସପ୍ରାପ୍ତ ଦେଶୀ ମଦ ଦୋକାନ ଯଥା ଆଉଟ ଷ୍ଟିଲ (ଓଏସ) ଓ କଣ୍ଟି୍ର ଲିକର (ସିଏଲ)ଙ୍କ ଏହି ମଦ ବିକି ପାରିବେ । ପ୍ରତି କାଉଣ୍ଟର ସାମ୍ନାରେ ଡିସପ୍ଲେ ବୋର୍ଡ ମରାଯିବ । ଏଥିରେ ମଦ ଦୋକାନୀ ଓ କର୍ମଚାରୀଙ୍କୁ ଫୋନ ନମ୍ବର ଓ ହ୍ୱାଟସ ଆପ୍ ନମ୍ବର ଉଲ୍ଲେଖ ରହିବ । ଯେଉଁଥିରେ ଗ୍ରାହକମାନେ ବିଭିନ୍ନ ବ୍ରାଣ୍ଡର ଦେଶୀ ମଦ ଅର୍ଡର କରିପାରିବେ ।

    ତେବେ ହୋମ୍ ଡେଲିଭରି ବ୍ୟବସ୍ଥାରେ ସରକାର କିଛି ସର୍ତ୍ତ ରଖିଛନ୍ତି । ହୋମ୍ ଡେଲିଭରି ବାବଦରେ କମ୍ ମୂଲ୍ୟରେ ଦେୟ ରଖିଛନ୍ତି । ଜଣେ ଦୋକାନୀ ଗୋଟିଏ ବୋତଲ ଦେଶୀ ମଦ ପାଇଁ ମାତ୍ର ୧୦ ଟଙ୍କା ଡେଲିଭରି ଚାର୍ଜ ନେଇପାରିବେ । ଏହି ଦେୟ ଅତି ବେଶୀରେ ୫୦ ଟଙ୍କା ଯାଏ ନିଆଯାଇପାରିବ । କୌଣସି ମତେ ଦୋକାନ ପରିସରରେ ଦେଶୀ ମଦ ଦୋକାନୀ ମଦ ବିକି୍ର କରିବେନି । ତେବେ ରାଜ୍ୟର ବିଭିନ୍ନ କଣ୍ଟେନମେଣ୍ଟ ଜୋନରେ ଥିବା ଦୋକାନ ଗୁଡ଼ିକ ଖୋଲିବନି କି ହୋମ୍ ଡେଲିଭରି ଦେଇପାରିବେନି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook